Home ଆଞ୍ଚଳିକ ନବରଙ୍ଗପୁର ରାଇଘରରେ ହାତୀ ଆତଙ୍କ

ନବରଙ୍ଗପୁର ରାଇଘରରେ ହାତୀ ଆତଙ୍କ

8

ନବରଙ୍ଗପୁର, ୦୧/୧୦/୨୧ (ଜିଲ୍ଲା ଖବର) : ନବରଙ୍ଗପୁର ରାଇଘରରେ ହାତୀ ଆତଙ୍କ । ଛତିଶଗଡ଼ର ଉଦନ୍ତୀ ସିତାନଦୀ ବାଘ୍ୟ ଅଭୟାରଣ୍ୟରୁ ହାତୀପଲ ପଶି ଆସିଥିବା କୁହାଯାଉଛି । ଗତ ଦୁଇଦିନ ହେଲା ଓଡ଼ିଶା ଜଙ୍ଗଲରେ ତାଣ୍ଡବ ରଚୁଛନ୍ତି ପ୍ରାୟ ୧୭ ଛତିଶଗଡ଼ୀ ହାତୀ । ମକା ଖାଇବା ସହ ଫସଲ ନଷ୍ଟ କରୁଛନ୍ତି ।

ନବରଙ୍ଗପୁର, ଛତିଶଗଡ଼ ବନ ବିଭାଗ ପକ୍ଷରୁ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ହାତୀ ଆସିଥିବା ଯୋଗୁଁ ସୀମାନ୍ତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।