
୦୧/୧୦/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ଜୁନ୍ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଆବଦ୍ଧରେ ରାଜ୍ୟରେ ସର୍ବମୋଟ ୧୦୪୬ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୧୬୦ ମିମିଠାରୁ ୯.୮% ନିଅଣ୍ଟିଆ। ଏହି ସମୟ ମଧ୍ୟରେ ରାଜ୍ୟର ଗୋଟିଏ ଜିଲ୍ଲା ଜଗତସିଂହପୁରରେ ୧୪୪୧ ମିମି ବର୍ଷା ହୋଇଯାଇଛି, ଯାହାକି ସ୍ବାଭାବିକଠାରୁ ୩୨.୪% ଅଧିକ।
ଏଥିସହ ରାଜ୍ୟର ୧୦ଟି ଜିଲ୍ଲା ଯଥା, ନବରଙ୍ଗପୁର, ବଲାଙ୍ଗୀର, ଭଦ୍ରକ, ସୁନ୍ଦରଗଡ଼, ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସବୁଠାରୁ ଅଧିକ ନିଅଣ୍ଟିଆ ସ୍ଥିତି ୩୮.୩% ରହିଛି। ଅବଶିଷ୍ଟ ୧୯ ଜିଲ୍ଲାରେ ବର୍ଷାର ସ୍ଥିତି ସ୍ବାଭାବିକ ରହିଛି।
ଚଳିତ ବର୍ଷ ଜୁନ୍ରେ ୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇରେ ୧୯% ଓ ଅଗଷ୍ଟ ଶେଷ ବେଳକୁ ୨୯% ନିଅଣ୍ଟିଆ ବର୍ଷା ହୋଇଥିଲା। ଏଭଳି ନିଅଣ୍ଟିଆ ବର୍ଷା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଷ କାର୍ଯ୍ୟକୁ ବେଶ୍ ପ୍ରଭାବିତ କରିଥିଲା।
ତେବେ ସେପ୍ଟେମ୍ବର ମାସରେ ସ୍ଥିତି ବଦଳି ଯାଇଥିଲା ଏବଂ ସ୍ବାଭାବିକଠାରୁ ୬୫.୬% ଅଧିକ ବର୍ଷା ହୋଇଥିଲା। ସେପ୍ଟେମ୍ବରର ଅତିବୃଷ୍ଟି ଏହି ନିଅଣ୍ଟିଆ ସ୍ଥିତିକୁ ବହୁ ମାତ୍ରାରେ ଭରଣା କରିଥିଲେ ହେଁ ସମ୍ପୂର୍ଣ୍ଣ ଭରଣା କରିବାରେ ସକ୍ଷମ ହୋଇନାହିଁ।


