Tuesday, October 13, 2026
Home ଅପରାଧ ମର୍ଣ୍ଣି ୱାକ ବେଳେ ସାମ୍ବାଦିକଙ୍କୁ ମାଡ

ମର୍ଣ୍ଣି ୱାକ ବେଳେ ସାମ୍ବାଦିକଙ୍କୁ ମାଡ

13

ଭୁବନେଶ୍ୱର, ୦୧/୧୦/୨୧ (ଜିଲ୍ଲା ଖବର) : ସକାଳୁ ମର୍ଣ୍ଣି ୱାକ କରୁଥିବା ବେଳେ ସାମ୍ବାଦିକଙ୍କୁ ଭୁବନେଶ୍ୱରରେ ମାଡ଼। ସ୍କୁଟିରେ ୨ ଜଣ ଯୁବକ ଆସି ମାଡ଼ ମାରିବା ସହ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି।

 ସକାଳ ପ୍ରାୟ ୫ ଟା ସମୟରେ “ସମୟ” ଖବର କାଗଜ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ସତ୍ୟ ସୁନ୍ଦର ଭଞ୍ଜଙ୍କ ଉପରେ ମାଡ଼ ମାରିଥିବା ଆକ୍ରମଣକାରୀଙ୍କୁ ସେ ଚିହ୍ନି ପାରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। 

ବର୍ତ୍ତମାନ ସେ କ୍ଷତାକ୍ତ ଅବସ୍ଥାରେ କ୍ୟାପଟାଲ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସର ପେଟ୍ରୋଲିଂ ଢିଲା ହେତୁ ରାଜଧାନୀବାସୀ ସୁରକ୍ଷିତ ନାହାନ୍ତି ବୋଲି ସାମ୍ବାଦିକ ପ୍ରତିକ୍ରିୟା ରଖିଛନ୍ତି ।