
ରାୟଗଡା, ୦୧/୧୦/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ହୋଇଥିବା କୁହାଯାଇଛି।
ଗୁଣୁପୁର ଆଡୁ ବାଇକଟି ଆସୁଥିବା ବେଳେ, ରାସ୍ତାର ଏକ ମୋଡ଼ ନିକଟରେ ଥିବା ଗଛରେ ପିଟିହୋଇ ଏକ ବିଲ ମଧ୍ୟରେ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ ।
ତେବେ ମୃତ ଦୁଇଜଣ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଅଗ୍ନିଶମ ବାହିନୀ ଶବକୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।



