Saturday, November 14, 2026
Home ଆଞ୍ଚଳିକ ହାତରୁ ଦିହାତ ହେବେ ମୌନି

ହାତରୁ ଦିହାତ ହେବେ ମୌନି

20

ମୁମ୍ବାଇ,୦୧/୧୦/୨୧ (ଜିଲ୍ଲା ଖବର) : ହାତରୁ ଦିହାତ ହେବେ ଅଭିନେତ୍ରୀ ମୌନି ରୟ । ଆସନ୍ତା ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସେ । ସେ  ତାଙ୍କର ବୟଫ୍ରେଣ୍ଡ ସୁରଜ ନାମ୍ବିଆଙ୍କ ହାତ ଧରିବେ । ଇଟାଲି କିମ୍ବା ଦୁବାଇରେ ତାଙ୍କ ବିବାହ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ମୌନିଙ୍କର ଜଣେ ସମ୍ପର୍କୀୟ ଭାଇ ।

ମୌନିଙ୍କ ଭାଇ ବିଦ୍ୟୁତ ରୟସରକାର କହିଛନ୍ତି,୨୦୨୨ ଜାନୁଆରୀରେ ମୌନି ତାଙ୍କ ବୟଫ୍ରେଣ୍ଡ ସୁରଜଙ୍କୁ ବିବାହ କରିବେ। ଦୁବାଇ କିମ୍ବା ଇଟାଲିରେ ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚବିହାରରେ ଏକ ଛୋଟ ଫଙ୍କସନ୍‌ ହେବ। ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ।

ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି ତାହା ଦେଖିବାକୁ ବାକି ରହିଲା ।