Monday, November 16, 2026
Home ଆଞ୍ଚଳିକ ୭୬ ବର୍ଷରେ ପାଦ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

୭୬ ବର୍ଷରେ ପାଦ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

13

୦୧/୧୦/୨୧ (ଜିଲ୍ଲା ଖବର) : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୬ ବର୍ଷରେ ପାଦ ଦେଇଛନ୍ତି। ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। 

ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିବା ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା ମଧ୍ୟ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ଦାରିଦ୍ର୍ୟତା ହେତୁ ରାମନାଥ କୋବିନ୍ଦ ପିଲାଦିନେ ପାଠ ପଢିବା ପାଇଁ ୬ କିଲୋମିଟର ଦୂରକୁ ଚାଲିଚାଲି ଯାଉଥିଲେ। ସୁପ୍ରିମକୋର୍ଟରେ ଅଭ୍ୟାସ କରୁଥିବା ରାମନାଥ କୋବିନ୍ଦ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ଏହା ପରେ ତାଙ୍କୁ ବିହାରର ରାଜ୍ୟପାଳ କରାଯାଇଥିଲା।

ରାମନାଥ କୋବିନ୍ଦଙ୍କ ୧୯୯୪ରେ ରାଜନୀତିରେ ପ୍ରବେଶ କରିଥିଲା। ଏହି ସମୟରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୬ ମସିହାରୁ ସେ ଦୁଇ ଥର ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି।

 ରାମନାଥ କୋବିନ୍ଦ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଅଭ୍ୟାସ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ରହିଛନ୍ତି। ଏଥି ସହ ସେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ ରହିଛନ୍ତି। ରାମନାଥ କୋବିନ୍ଦ ମଧ୍ୟ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ରହିଛନ୍ତି।