Thursday, November 12, 2026
Home ଆଞ୍ଚଳିକ ଭିକ ମାଗୁଥିବା ମହିଳାଙ୍କୁ ଅଣଦେଖା କରି, ଟ୍ରୋଲ ହେଲେ ଦୀପିକା ପାଦୁକୋନ

ଭିକ ମାଗୁଥିବା ମହିଳାଙ୍କୁ ଅଣଦେଖା କରି, ଟ୍ରୋଲ ହେଲେ ଦୀପିକା ପାଦୁକୋନ

21

ନୂଆଦିଲ୍ଲୀ,୦୧/୧୦/୨୧ (ଜିଲ୍ଲା ଖବର) : ଗୁରୁବାର ଦିନ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ରେଷ୍ଟୁରାଣ୍ଟରୁ ବାହାରିବା ସମୟରେ ନଜର ଆସିଥିଲେ । ସେଠାରୁ ବାହାରି ସେ ସିଧା ଯାଇ ଗାଡିରେ ବସିଥିଲେ । ଏହି ସମୟରେ ସେଠାରେ ଥିବା ପାପାରାଜି ତାଙ୍କୁ କ୍ୟାମେରାରେ କ୍ୟାପଚର୍ କରିଥିଲେ । ଯେତେବେଳେ ସେ ଯାଇ ଗାଡିରେ ବସିଥିଲେ, ସେତେବେଳେ ଜଣେ ମହିଳା ଛୁଆଟିକୁ କୋଳରେ ଧରି ଭିକ ମାଗିଥିଲେ । ଗାଡିର ଡୋର ବନ୍ଦ ଥିବାରୁ ଦୀପିକା ତାଙ୍କୁ ଦେଖି ପାରି ନଥିଲେ । ଏହାପରେ ଉକ୍ତ ମହିଳା ଜଣକ ଅନେକ ସମୟ ଯାଏଁ ଦୀପିକାଙ୍କୁ ଡାକିଥିଲେ । ଫଟୋଗ୍ରାଫର ଯେତେବେଳେ ତାଙ୍କୁ କହିଥିଲେ ଯେ, ସେ ଭିତରୁ ଦେଖା ଯାଉ ନାହାଁନ୍ତି, ସେତେବେଳେ ମହିଳା ଜଣକ ସେଠାରୁ ଚାଲି ଯାଇଥିଲେ ।

ତେବେ ଦୀପିକାଙ୍କର ଏହି ଭିଡିଓକୁ ଫଟୋଗ୍ରାଫର ଭିରଲ ଭୟାନୀ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଭିଡିଓ ଦେଖିବା ପରେ କିଛି ୟୁଜର୍ସ ଦୀପିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର କହିଛନ୍ତି ଯେ, ‘ ୧୦୦ ଟଙ୍କା ଦେଇ ପାରି ଥାଆନ୍ତେ ‘ । ଅନ୍ୟ ଜଣେ କହିଛନ୍ତି ‘ନିଜେ ପେଟ ଭରି ଖାଇବା ଖାଇଦେଲେ, ଗରିବା ମହିଳା ଏବଂ ଛୁଆକୁ କିଛି ରେଷ୍ଟୁରାଣ୍ଟରୁ ଦେଇ ଦେଇ ଥାଆନ୍ତେ’ । ଆଉ ଜଣେ ଲେଖିଛନ୍ତି ‘ମାଡାମ୍ ଯେତେ ବଡ ଗାଡି ସେତେ ବଡ ହୃଦୟବି ରଖନ୍ତୁ ‘ ।