
୩୦/୦୯/୨୧ (ଜିଲ୍ଲା ଖବର) : ମୁଣ୍ଡୁଳିରେ ପାଣିରେ ଭାସି ହାତୀ ମୃତ୍ୟୁ ଘଟଣାରେ ବିବୃତ୍ତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଏପରି ଘଟଣାକୁ ରୋକିବା ଲାଗି ଜଙ୍ଗଲ ବିଭାଗର ପ୍ରସ୍ତାଵ ଉପରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା । ଜଙ୍ଗଲ ବିଭାଗ ହୁଏତ ଏପରି କିଛି ଯୋଜନା କରୁଥାଇ ପାରେ । ମାତ୍ର ଏ ନେଇ ଆମ ପାଖକୁ କୌଣସି ପ୍ରସ୍ତାବ ଆସିନାହିଁ ।
ଯଦି କୌଣସି ପ୍ରସ୍ତାଵ ଆସିବ ତେବେ ତାହାର ଭିଜିବିଲିଟ ଦେଖି ନିଷ୍ପତ୍ତି ନିଆଯିବ । ସବୁ ଦିଗକୁ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ହାତୀ ଜଳ ପଥ ଦେଇ ଆବାହନ କାଳରୁ ଯିବା ଆସିବା କରୁଛନ୍ତି । ଯେଉଁ ସମୟରେ ନଦୀରେ ପ୍ରଖର ସ୍ରୋତ ଥିବ ସେହି ସମୟରେ କିଛି ଅଘଟଣ ଘଟିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମିତି କିଛି ଅଘଟଣ ଘଟିଥାଏ । ମାତ୍ର ଏପରି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକତା ଦେଖି ପଦକ୍ଷେପ ବା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।



