
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହେଲେ ହୋଟେଲ ବ୍ୟବସାୟୀ Kunal Jani । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ଖାର୍ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି । ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରୁ ସେ ଜଣେ । ଯିଏକି ଦୀର୍ଘ ଦିନ ଧରି ଫେରାର୍ ଥିଲେ ।
ତେବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏବେବି ଯାଞ୍ଚ ଜାରି ରଖିଛି ଏନସିବି । ଏହା ପୂର୍ବରୁ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା ।



