
୩୦/୦୯/୨୧ (ଜିଲ୍ଲା ଖବର) : କିଛି ଦିନର ନୀରବତା ପରେ ପୁଣି ଥରେ ଥରିଛି ମାଲକାନଗିରୀ ସୀମାନ୍ତ । ମାଓବାଦୀମାନେ ନିଜର ସ୍ଥିତି ପୁଣି ଜାହିର କରିଛନ୍ତି। ମାଲକାନଗିରି ସୀମାନ୍ତରେ ଥିବା ଛତିଶଗଡ଼ର ବିଜପୁରରେ ଆଜି ଏକ ବଡ଼ ଧରଣର IED ବିସ୍ପୋରଣ ହୋଇଛି।
ବିଜାପୁର ଜିଲ୍ଲା ମୋଦକପାଳ ଥାନାର ହଲଦାପଲ୍ଲା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଯେଉଁଥିରେ ୨ ଜଣ CRPF ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନେ ହେଲେ ବଳାକୃଷ୍ଣ ଓ ସାନିଦୁଲ । କୋମ୍ବିଂ ଅପରେସନରେ ଯିବା ସମୟରେ ଏହି ବିସ୍ଫୋରଣ ହୋଇଛି। ଆହତ ଯବାନମାନେ CRPF 170 ବାଟାଲିୟନରେ କାର୍ଯ୍ୟରତ । ଉଭୟଙ୍କୁ ବିଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବିସ୍ପୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି ।






