
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ । ରିପୋର୍ଟ ଅନୁଯାୟୀ, ଅନେକ ଦିନ ହେବ ସେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଠିକ ଭାବେ ରେଷ୍ଟ ନେଇ ନଥିଲେ । ଯାହା ଫଳରେ ସେ ଅସୁସ୍ଥ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଖୁବ୍ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ବୋଲି ମଧ୍ୟ ଜଣାପଡିଛି ।
ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଧିକ କାର୍ଯ୍ୟବ୍ୟସ୍ତତା ସହିତ ଅଧିକ ଯାତ୍ରା ଓ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ତାଙ୍କ ଦେହ ଖରାପ ହୋଇଯାଇଛି। ଧିରେ ଧିରେ ସେ ସୁସ୍ଥ ହେଉଛନ୍ତି ।
ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶ୍ୱେତା ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ହାତରେ ବହିଟିଏ ଧରିଛନ୍ତି। ତେବେ ତାଙ୍କ ହାତରେ ସାଲାଇନ୍ ଲଗା ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ଦେଖି ତାଙ୍କ ଫ୍ୟାନ୍ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।


