
ରାଉରକେଲା,୩୦/୦୯/୨୧ (ଜିଲ୍ଲା ଖବର) : ଜନ୍ମ, ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ରରେ ଦଲାଲ୍ ରାଜ୍ । ଆଉ ଅର୍ଗସ ହାତରେ ଲାଗିଛି ତାହାର EXCLUSIVE ଭିଡିଓ ।
ଭିଡିଓରେ ଦେଖିବାକୁ ମିଳିଛି କିପରି ବେପାର ଚଳାଇଛନ୍ତି ଦଲାଲ ଜଣଙ୍କ । କହୁଛନ୍ତି, ଜନ୍ମ ପଞ୍ଜିକରଣ ପ୍ରମାଣ ପତ୍ର ପାଇଁ 600 ଏବଂ ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ର ପାଇଁ 600 । ସବୁ ଟଙ୍କା ଏଇଠି ଦେଇ ଦିଅ ଆଉ କାହାକୁ ଦବା ଦରକାର ନାହିଁ । ସାରଙ୍କ ଭାଗ ମୁଁ ତାଙ୍କୁ ଦେଇଦେବି । ସାରଙ୍କର 400 ବାକି ମୋର 200 । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଖୋଲାଖୋଲି ଚାଲିଛି ଜନ୍ମ ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ରର ଏହି ଖୋଲା ବେପାର ।
ମହାନଗର ନିଗମ କମିଶନରଙ୍କ ଆଖି ଆଢୁଆଳରେ ଚାଲିଛି ଏହି ଗୋଲଖ ଧନ୍ଦା । ଯେଉଁଥିରେ ସାମିଲ ଅଛନ୍ତି ଜନ୍ମ ମୃତ୍ୟୁ ପଞ୍ଜିକରଣ ଦାୟିତ୍ବରେ ଥିବା କିଛି ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି, କିଏ ସେ ମହାନଗର ନିଗମର ସାର ଯିଏ ଏଭଳି ଦଲାଲଙ୍କୁ ପ୍ରୋତ୍ସାହନ ଦେଇଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାର ହେବ କି ତଦନ୍ତ ?



