Thursday, November 12, 2026
Home ଆଞ୍ଚଳିକ ଆସୁଛି AJIO ବିଗ୍ ବୋଲ୍ଡ ସେଲ୍

ଆସୁଛି AJIO ବିଗ୍ ବୋଲ୍ଡ ସେଲ୍

22

ଭୁବନେଶ୍ୱର,୩୦/୦୯/୨୧ (ଜିଲ୍ଲା ଖବର) : ଅନ୍-ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ ଏବଂ ଆଧୁନିକ ଫ୍ୟାଶନ ପାଇଁ ବେଶ ପରିଚିତ ଭାରତର ଅଗ୍ରଣୀ ଅନଲାଇନ ଫ୍ୟାଶନ ଇ-ରିଟେଲର AJIO । ତେବେ ଏହା ଏବେ ନେଇ ଆସିଛି ଭାରତର ହଟେଷ୍ଟ ଫ୍ୟାଶନ ସେଲ ’ବିଗ୍ ବୋଲ୍ଡ ସେଲ’। ୩- ସେପ୍ଟେମ୍ବରରୁ  ୪ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଏହା ଜାରି ରହିବ ।

ପାର୍ବଣ ଋୁତୁ ପାଖେଇ ଆସୁଥିବାରୁ ଆଜିଓ ଗ୍ରାହକଙ୍କ ପାଇଁ ସର୍ବତ୍ତୋମ ଫେଷ୍ଟିଭ୍ ଫ୍ୟାଶନ ଏବଂ ବ୍ରାଣ୍ଡ ଆଣିବାକୁ ପ୍ରସ୍ତୁତି ରହିଛି, ଯାହାକି ପୂଜାଠାରୁ ଦଶମି ଯାଏଁ  ଏବଂ ନବରାତ୍ରୀ ଠାରୁ ଦଶହରା ଯାଏଁ ଚାଲୁ ରହିବ । ଯେଉଁଥିରେ ୧୫୦୦+ ବ୍ରାଣ୍ଡରୁ ୬,୦୦,୦୦୦+ ଷ୍ଟାଇଲର କାଟଲଗ୍ ରହିଛି ଏବଂ ଏଥିରେ ୫୦% ରୁ ୯୦% ଯାଏଁ ରିହାତିର ସୁବିଧା ମଧ୍ୟ ରହିଛି ।

କେବଳ ଏତିକି ନୁହେଁ, ଏହା ସହିତ ଗ୍ରାହକଙ୍କ ପାଇଁ ଆହୁରି ରହିଛି, ଘଣ୍ଟକିଆ ଫ୍ଲାସ୍ ଡିଲ,ନିଶ୍ଚିନ୍ତ ଉପହାର,ରିଓ୍ବାର୍ଡ ଏବଂ ପଏଣ୍ଟସ, ଯାହାକୁ ସାରା ଦେଶର ଗ୍ରାହକ ମାନେ ଉପଲବ୍ଧ କରି ପାରିବେ । ଏହି ବିଗ୍ ବୋଲ୍ଡ ସେଲରେ ବିଶ୍ବର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ ସୁପରଡ୍ରାଏ,ଗ୍ୟାସ,ଷ୍ଟିଭ୍ ମାଡେନ,ଆର୍ମାନୀ ଏକ୍ସଚେଞ୍ଜ, ଆଡିଡାସ, ଲିଭାଇସ, ନାଇକି ଏବଂ  ଆହୁରି ଅନେକ ବ୍ରାଣ୍ଡକୁ ଆକର୍ଷଣୀୟ ମୂଲ୍ୟର ପ୍ରଦାନ କରାଯାଉଛି ।

ଏହାର ମାନକୁ ଆଉ ଗୋଟିଏ ସୋପାନ ଉପରକୁ ନେଇ,ବିଲ୍ଡ-ଅପଟୁ ସେଲ ଇଭେଣ୍ଟର ଅଂଶ ସ୍ବରୂପ, ଆଜିଓ ନିୟମିତ ଫ୍ଲାସ୍ ଡିଲ୍ସର ଆୟୋଜନ କରୁଛି ଏବଂ ସ୍ବତନ୍ତ୍ର ବ୍ରାଣ୍ଡ ଇଭେଣ୍ଟ ଯଥା, ଗ୍ୟାସ୍ ଫ୍ରି-ଫର ୩୦ସେକେଣ୍ଡସ୍ , ଗନ୍ ଇନ୍ ୬୦ ସେକେଣ୍ଡସ୍  ଯାହାକି ଗ୍ରାହକମାନଙ୍କୁ ଆଜିଓରେ କ୍ରୟ କରିବାକୁ ସମ୍ପୂର୍ଣ୍ଣଭାବେ ଏକ ପ୍ରକୃଷ୍ଟ କାରଣ ପ୍ରଦାନ କରିଥାଏ ।

ଏହି ମେଗା ଇଭେଣ୍ଟରେ ପ୍ରଖ୍ୟାତ ଅଭିନେତା ଓ ସେଲିବ୍ରେଟେଡ ଫ୍ୟାଶନିଷ୍ଟ ସୋନମ କପୁର, ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ, ଲୋକପ୍ରିୟ ଆଇକନ୍ ମାନଙ୍କୁ ଦେଖିବାକୁ ପାଇବେ । ଯେପରିକି ଗୁରୁ ରାନ୍ଧଓ୍ବା, ଶ୍ରୁତି ହାସନ, କାଜଲ ଅଗ୍ରଓ୍ବାଲ, ମୌନି ରୟ ଓ ପ୍ରତୀକ ଗାନ୍ଧୀ ଯେଉଁମାନଙ୍କ ସହ ପାର୍ବଣକୂ ବେଶ ଜାକଜମକରେ ପାଳନ କରାଯିବ ।

ତେବେ ସମସ୍ତ ଗ୍ରାହକଙ୍କ ପାଇଁ ବିଗ୍ ବୋଲ୍ଡ ସେଲ କିଛି ନାଁ କିଛି ଆକର୍ଷଣୀୟ ଅଫରର ସୁବିଧା ରଖିଛି । ଫେଷ୍ଟିଭ୍ ଷ୍ଟାଇଲକୁ ଗ୍ରାହକମାନେ କମ୍ ମୂଲ୍ୟରେ ପାଇ ପାରିବେ । ଯେଉଁଥିରେ ଟି-ସାର୍ଟ, ଜିନ୍ସ, ସ୍ନିକର ଓ ଆହୁରି ଅନେକ କିଛି ରହିଛି । ଏହା ସହିତ ଆଜିଓ ଏହି ସେଲ ଅବସରରେ ଅନେକ ଗୁଡିଏ ଆନ୍ତର୍ଜାତିକ ବ୍ରାଣ୍ଡ ସମୂହର ଶୁଭାରମ୍ଭ କରିବାକୁ ଯାଉଛି ।