Home ଆଞ୍ଚଳିକ ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

5

ନୂଆଦିଲ୍ଲୀ,୩୦/୦୯/୨୧ (ଜିଲ୍ଲା ଖବର) :  ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏୟାର ମାର୍ଶାଲ ଚୌଧୁରୀଙ୍କର ରହିଛି ୩୮ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା,ବିଭିନ୍ନ ଫାଇଟର ଓ ଟ୍ରେନିଂ ଜେଟ୍ ଉଡ଼ାଣରେ ରହିଛି ତାଙ୍କର ବିଶେଷ ଦକ୍ଷତା । ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍ର ଟ୍ୱେଂଟି ଓ୍ୱାନ୍, ଟ୍ୱେଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି। କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ।