
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ବେଶ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ପୋଷ୍ଟ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ଏହା ସହିତ ତାଙ୍କର ନୂଆ ହେଉ ବା ପୁରୁଣା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଠିକ୍ ସେମିତି ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ଏକ ଓ୍ବାନପିସ୍ ପିନ୍ଧି ସମୁନ୍ଦ୍ର କୂଳରେ ଦୌଡୁଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ତାଙ୍କର ପୁରୁଣା ଭିଡିଓ ସତ, କିନ୍ତୁ ଯେବେଠାରୁ ସେ ତାଙ୍କର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି, ସେବେଠାରୁ ତାଙ୍କ ନୂଆ , ପୁରୁଣା ସବୁ ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ, ଆପଣ ସବୁବେଳେ ଫିଟ ରୁହନ୍ତି ‘ । ଅନ୍ୟଜଣେ ଲେଖିଛନ୍ତି, ‘ଏବେ ଦୌଡିବାର କିଛି ଫାଇଦା ନାହିଁ ‘ ।


