
୩୦/୦୯/୨୧ (ଜିଲ୍ଲା ଖବର) : ରାଜ୍ୟ ଲୋକସେବା ଭବନରୁ ବାହାରିଲା ସାପ। ସାପଟିର ଲମ୍ୱ ପ୍ରାୟ ୪ ଫୁଟ ହୋଇଥିବା ଜଣାପଡ଼ିଛି।ରାଜ୍ୟ ଲୋକସେବା ଭବନରେ ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ୪ ଫୁଟ ଲମ୍ବର ଢ଼ମଣା ସାପ ଉଦ୍ଧାର ହୋଇଛି । ଆଜି ସକାଳ ପ୍ରାୟ ୯ ଟା ୧୫ ସମୟରେ ଗୃହ ବିଭାଗ କର୍ମଚାରୀମାନେ ଅଫିସ ଖୋଲିବା ବେଳେ କୋର୍ଡିନେସନ ସେକ୍ସନରେ ଗୋଟେ ଟେବୁଲ ତଳକୁ ଏକ ସାପ ପସିଯିବାର ଦେଖିଥିଲେ ।
ଖବର ପାଇ ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍ ଏକ ଟେବୁଲ ତଳେ କେଞ୍ଚିବା ପରେ ୪ ଫୁଟ ଲମ୍ବର ଢ଼ମଣା ସାପଟି ବାହାରକୁ ଆସିଥିଲା । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।


