Home Uncategorized ଧାଡିରେ ଆସି ଭୋଟ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ଧାଡିରେ ଆସି ଭୋଟ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

8

୩୦/୦୯/୨୧ (ଜିଲ୍ଲା ଖବର) : ଭୋଟ ଦେଉଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ? ଏନେଇ ମତଦାନ ଜାରି ରହିଛି ।  ସକାଳ 11ଟା ସୁଦ୍ଧା 24 ଦଶମିକ 76 ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି । ସଂଧ୍ୟା ୬ଟା ଯାଏଁ  ମତଦାନ ପ୍ରକ୍ରିୟା ଜାରି ରହିବ । ଏହାରି ମଧ୍ୟରେ  ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ । କୋଭିଡ୍ ଗାଇଡଲାଇନ ପାଳନ କରି ଧାଡ଼ିରେ ଆସି ନିଜ ମତାଧିକାରୀ ସାବ୍ୟସ୍ତ କରିଛନ୍ତି। 

ଏତିକିବେଳେ ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଯାଇଥିବା ଜଣେ ବୃଦ୍ଧାଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ ଆଶ୍ରିତ । ମତଦାନ ପୂର୍ବରୁ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ କାମନା କରିଥିଲେ ।

ସୂଚନାଯୋଗ୍ୟ, ସମୁଦାୟ 2.30 ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକର 348 ବୁଥରେ ମତଦାନ ଚାଲିଛି । ଏଥିରୁ 201 ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।