
୩୦/୦୯/୨୧ (ଜିଲ୍ଲା ଖବର) : ଭୋଟ ଦେଉଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ? ମତଦାନ ଜାରି ରହିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ ଦେଉଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । କୋଭିଡ ଗାଇଡ ଲାଇନ ପାଳନ କରି ଭୋଟ ଦେଇଛନ୍ତି ରୁଦ୍ର।
ସୂଚନାନୁସାରେ, ସକାଳ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ଭୋଟିଂ ସରିଛି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ହେଉଛି ଭୋଟିଂ ।


