
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ନିଜ ସ୍ବରର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ସିଙ୍ଗର ସାନଙ୍କ ଆଜି ଜନ୍ମଦିନ । ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ସେ ଜନ୍ମଗ୍ରହଣ କରିଥିଲେ । ଘରେ ତାଙ୍କର ସଙ୍ଗୀତର ମାହୋଲ ଥିଲା । ହିନ୍ଦୀ ବ୍ୟତୀତ ସେ ମରାଠୀ, ଉର୍ଦ୍ଦୁ, ତେଲୁଗୁ, କନ୍ନଡ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ଏହା ସହିତ ସେ ଟିଭି ହୋଷ୍ଟ ମଧ୍ୟ ।
ସାନ୍ ଯେତେବେଳେ ୧୩ ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ ଦେହାନ୍ତ ପରେ ତାଙ୍କ ମା’ ସଙ୍ଗୀତ ଦୁନିଆଁ ସହ ଯୋଡି ହୋଇଥିଲେ । ତେବେ ୧୭ ବର୍ଷ ବୟସରେ ସାନ୍ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ ।
୧୯୮୯ରେ ତାଙ୍କୁ ଏକ ଫିଲ୍ମରେ ଗୋଟେ ଲାଇନ ଗାଇବାର ସୁଯୋଗ ମିଳିଥିଲା । ଏହାପରେ ତାଙ୍କ ସଙ୍ଗୀତର ଯାତ୍ରା ଆଗକୁ ବଢିଥିଲା । ତାଙ୍କ କ୍ୟାରିୟରରେ ସେ ଅନେକ ହିଟ ଗୀତ ଗାଇଛନ୍ତି । ତାଙ୍କ ଗାୟନ ଶୈଳୀକୁ ସମସ୍ତେ ବେଶ ପସନ୍ଦ କରନ୍ତି । ଅନେକ ବଡବଡ କଳାକାରଙ୍କ ପାଇଁ ସେ ଗୀତ ଗାଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


