Saturday, October 10, 2026
Home ଆଞ୍ଚଳିକ ୧୨ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ସମ୍ଭାବନା

୧୨ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ସମ୍ଭାବନା

7

ବାଲେଶ୍ୱର,୩୦/୦୯/୨୧ (ଜିଲ୍ଲା ଖବର) : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୮ ଟା ସୁଧା ଜଳସ୍ତର ବୃଦ୍ଧି ପାଇ ୫.୭୮ ମିଟରରେ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର  ସୁଳିଆପଦା,ମୋରଡା,ଚିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ବସ୍ତା ଏବଂ ସଦର ବ୍ଲକର ପ୍ରାୟ ୧୨ ପଞ୍ଚାୟତ ର ୫୦ ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି ।