
୩୦/୦୯/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଧାୟକ ସୋଭନଙ୍କ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଭାବନୀପୁର ବିଧାନସଭା ଆସନରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହେଉଛି । ୧୦ଟା ସୁଦ୍ଧା ସମସେରଗଞ୍ଜରେ ୧୬.୩୨୫, ଜାଙ୍ଗିପୁରରେ ୧୭.୫୧ ଓ ଭବାନୀପୁରରେ ୭.୫୭% ମତଦାନ ହୋଇଛି ।
ଭବାନୀପୁର ବିଧାନସଭା କ୍ଷେତ୍ରରେ ମତଦାନ ପାଇଁ ୯୭ଟି ମତଦାନ କେନ୍ଦ୍ର କରାଯାଇଛି । ଏଥିରେ ୨୮୭ଟି ଭୋଟିଂ କେନ୍ଦ୍ର କରାଯାଇଛି । ୧୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୩ ଅକ୍ଟୋବରରେ ହେବ ।
ଭବନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ମମତାଙ୍କ ପାଇଁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ଏହାର ନିଷ୍ପତ୍ତି ଏହି ଉପନିର୍ବାଚନରୁ ସ୍ପଷ୍ଟ ହେବ ।


