
ନୂଆଦିଲ୍ଲୀ,୩୦/୦୯/୨୧ (ଜିଲ୍ଲା ଖବର) : ରାତାରାତି ସୋସିଆଲ ମିଡିଆ ସେନସେସନ୍ ପାଲଟିଥିଲେ ପଶ୍ଚିମବଙ୍ଗର ରାଣହାଟ ରେଲ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ । ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇ ସେ ବେଶ ଚର୍ଚ୍ଚାରେ ରହିଥିଲେ । ଏହି ଗୀତ ତାଙ୍କର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାପରେ ହିମେସ ରେସମିଆ ତାଙ୍କୁ ଷ୍ଟୁଡିଓରେ ଗାଇବାର ସୁଯୋଗ ଦେଇଥିଲେ । ଠିକ୍ ସେମିତି ନିକଟରେ ପୁଣି ଥରେ ରାନୁ ମଣ୍ଡଳ ଚର୍ଚ୍ଚାରେ ଅଛନ୍ତି । ସେ ପୁଣି ଥରେ ଏକ ଗୀତ ଗାଇଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏଥର ସେ ନିକଟରେ ବେଶ ଭାଇରାଲ ହେଉଥିବା ସିଂହଳୀ ଗୀତ ‘ମାନିକେ ମାଗେ ହିଥେ’ ଗୀତ ଗାଇ ଚର୍ଚ୍ଚାରେ ଅଛନ୍ତି । ୟୋହାନୀ ଗାଇଥିବା ଏହି ଗୀତକୁ ରାନୁ ମଣ୍ଡଳ ମଧ୍ୟ ଗାଇଛନ୍ତି, ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।


