
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ବିଗବସ୍ ୧୫ ର ଆରମ୍ଭକୁ ପ୍ରଶଂସକ ବେଶ ଉସ୍ବାହର ସହ ଅପେକ୍ଷା କରିଛନ୍ତି। ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଅନେକ ଜଣାଶୁଣା ସେଲିବ୍ରେଟିଙ୍କ ମଧ୍ୟରେ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ମଧ୍ୟ ସାମିଲ ରହିଛି । ବର୍ତ୍ତମାନ୍ ବିଗବସ ଘରେ ରିୟାଙ୍କୁ ଦେଖିବାକୁ ମିଳିବ । ଏବଂ ଏଥିପାଇଁ ସେ ମୋଟା ଅଙ୍କର ଚାର୍ଜ ମଧ୍ୟ ନେଉଛନ୍ତି ।
ସୂଚନା ଅନୁଯାୟୀ, ସୋ’ର ଅଂଶ ହେବା ପାଇଁ ରିୟା ପ୍ରତିଦିନ ୫ ରୁ ୬ ଲକ୍ଷ ଟଙ୍କା ଫି’ ନେଉଛନ୍ତି। ଏହା ସହିତ ରିୟା ଏହି ସିଜିନରେ ସବୁଠାରୁ ବିବାଦୀୟ ପ୍ରତିଯୋଗୀ ହୋଇପାରିଛନ୍ତି। ଏହି ଖବର ଶୁଣି କିଛି ଲୋକ ବହୁତ ଉତ୍ସାହିତ ଥିବାବେଳେ, କେହି କେହି ନିରାଶ ମଧ୍ୟ ହୋଇଛନ୍ତି।



