
ନୂଆଦିଲ୍ଲୀ,୩୦/୦୯/୨୧ (ଜିଲ୍ଲା ଖବର) : ନିଜର ଅପକମିଙ୍ଗ୍ ଫିଲ୍ମ’ପୁଷ୍ପା’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମଦାନା । ନିକଟରେ ତାଙ୍କର ଫାଷ୍ଟ ଲୁକ୍ ଜାରି କରାଯାଇଛି । ଇନଷ୍ଟାଗ୍ରାମରେ ରଶ୍ମିକା ନିଜେ ତାଙ୍କର ଫାଷ୍ଟ ଲୁକର ଫଟୋ ସେୟାର କରିଛନ୍ତି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ଏହାର ରିଲିଜ୍ ଡେଟକୁ ଅପେକ୍ଷା କରି ରହିଛନ୍ତି ।
ଏଥିରେ ରଶ୍ମିକାଙ୍କୁ ଗରିବ ବେଶରେ ପରିବେଷଣ କରାଯାଇଛି ଏବଂ ତାଙ୍କୁ କିଛି ପିନ୍ଧୁଥିବାର ଦେଖିବାକୁ ମିଳିଛି। ତାଙ୍କ ଆଖପାଖର ଜିନିଷ ଦେଖି ଲାଗୁଛି ଯେ , ସେ କୌଣସି ଛୋଟିଆ ଘରେ ରହୁଛନ୍ତି। ତେବେ ତାଙ୍କର ଏହି ପୋଷ୍ଟର ଦେଖି ଆଶା କରାଯାଉଛି ସେ ଖୁବ୍ ଆକର୍ଷଣୀୟ ଚରିତ୍ରରେ ନଜର ଆସିବେ । ଏହି ପୋଷ୍ଟର ସେୟାର କରି ସେ ଲେଖିଛନ୍ତି ଯେ, Pushpa’s Srivalli ।
ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ କରାଯିବ। ଏଥିରେ ଅଲୁ ଅର୍ଜୁନ ଓ ରଶ୍ମିକା ମଦାନାଙ୍କ ବ୍ୟତୀତ ଜଗପତି ବାବୁ, ଅନସୂୟା ଭରଦ୍ୱାଜ, ଭେନେଲ୍ କିଶୋର ପ୍ରମୁଖ ଭୂମିକାରେ ନଜର ଆସିବେ ।


