
୩୦/୦୯/୨୧ (ଜିଲ୍ଲା ଖବର) : ପୁଣି ଆଉ ଏକ ଦାନମାଝୀ । ଆହତ ସ୍ତ୍ରୀକୁ ଟ୍ରଲିଲେ ବୋହି ବୋହି ଡାକ୍ତରଖାନା ନେଲେ ସ୍ୱାମୀ। ଏଘଟଣା ରାଜ୍ୟରେ ନୂଆ ନୁହେଁ। କିନ୍ତୁ ବାରମ୍ୱାର ଏପରି ଘଟଣା ସାମ୍ନାକୁ ଆସୁଛି।
ପୁଣି ଟ୍ରଲିରେ ବୁହା ହେଲେ ଗୁରୁତର ରୋଗୀ । ବଢିଲାନି ସାହାଯ୍ୟର ହାତ । ବର୍ଷାରେ ଭିଜି ଭିଜି ଆହତ ପତ୍ନୀଙ୍କୁ ପଲିଥିନ ଘୋଡେଇ ଟ୍ରଲିରେ ଟାଣି ଟାଣି ନେଲେ ବୃଦ୍ଧ ସ୍ୱାମୀ । ମୟୂରଭଞ୍ଜ ବାରିପଦା ଶୁଳିଆପଦାର ଏହି ଭିଡିଓ ମୋବାଇଲକୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।
ଭଣ୍ଡାରିଶୋଳ ଗାଁର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ପୋଖରୀରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ଯଦିଓ ତାଙ୍କୁ ଉଦ୍ଧାର କରିଥିଲେ।ତେବେ ଡ଼ାକ୍ତରଖାନା ନେବା ପାଇଁ କାହାରି ସହାୟତା ପାଇନଥିଲେ ବୃଦ୍ଧ। ସେଥିପାଇଁ ଉପାୟ ନପାଇ ପତ୍ନୀଙ୍କୁ ତୁରନ୍ତ ଚିକିତ୍ସା କରିବା ଲାଗି ଏକ ଟ୍ରଲିରେ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ପତ୍ନୀଙ୍କୁ ନେଇଥିଲେ ବୃଦ୍ଧ । ସେଠାରେ ତାଙ୍କୁ ଚିକିତ୍ସା କରାଇ ପୁଣି ସେହି ଟ୍ରଲିରେ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। । ସେହି ସମୟରେ ବର୍ଷା ହେଉଥିଲା। ମହିଳା ଜଣଙ୍କ ଯେପରି ବର୍ଷାରେ ଭିଜି ନଯାନ୍ତୁ ପତ୍ନୀଙ୍କୁ ପଲିଥିନ ଘୋଡ଼ାଇ ଟ୍ରଲିରେ ଆଣିଥିଲେ ବୃଦ୍ଧ । ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ଭିଡିଓରେ ପ୍ରମାଣ କରୁଛି।


