
ନୂଆଦିଲ୍ଲୀ, ୩୦/୦୯/୨୧ (ଜିଲ୍ଲା ଖବର) : ଖାସକରି ସେଲିବ୍ରେଟି ମାନେ ଟିକେ ଫୁରସତ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ମାଳଦୀପରେ ଛୁଟି କାଟିବାକୁ ଯାଉଥିବାର ଦେଖିବାକୁ ମିଳେ । ଠିକ୍ ସେମିତି ନିକଟରେ ବଲିଉଡ ସୁନ୍ଦରୀ ପରିଣୀତି ଚୋପ୍ରା ମଧ୍ୟ ମାଳଦୀପରେ ଛୁଟି କାଟୁଛନ୍ତି । ଏବଂ ସେଠାରୁ ସେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ସେଥିରେ ଭିନ୍ନ ଭିନ୍ନ ଅନ୍ଦାଜରେ ସେ ନଜର ଆସୁଛନ୍ତି । କେତେବେଳେ ସେକ୍ସି ତ, କେତେବେଳେ ବୋଲ୍ଡ ଲୁକ୍ । ଏହା ସହିତ ସମୁନ୍ଦ୍ର ଭିତରେ ମାଛ ମାନଙ୍କ ସହ ପହଁରୁଥିବାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ମସ୍ତି କରୁଥିବା ନଜର ଆସୁଛନ୍ତି । ଏଥିରେ ସେ ର୍ନିଭୟ ଭାବେ ମାଛଙ୍କ ସହ ସମୁନ୍ଦ୍ରରେ ପହଁରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ସେୟାର କରି ‘ମେଡିଟେସନ’ବୋଲି ସେ ଲେଖିଛନ୍ତି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏହା ସହିତ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କେହି କେହି ତାଙ୍କୁ ‘ସୁନ୍ଦରୀ ଜଳପରୀ’ କହୁଛନ୍ତି ତ, ପୁଣି କେହି କେହି ତାଙ୍କୁ ମାଛ ମାନଙ୍କ ରାଣୀ’ ବୋଲି କହୁଛନ୍ତି ।


