Home ଆଞ୍ଚଳିକ ୪ ମେଡିକାଲ କଲେଜର ହେବ ଭିତ୍ତି ପ୍ରସ୍ତର ସ୍ଥାପନ, ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ...

୪ ମେଡିକାଲ କଲେଜର ହେବ ଭିତ୍ତି ପ୍ରସ୍ତର ସ୍ଥାପନ, ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

5

୩୦/୦୯/୨୧ (ଜିଲ୍ଲା ଖବର) : ଆଜି ରାଜସ୍ଥାନର ଜୟପୁରର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ୪ ଟି ମେଡିକାଲ୍ କଲେଜର ଭିତ୍ତି ପ୍ରସ୍ତର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ଉପସ୍ଥିତ ରହିବେ।

ରାଜସ୍ଥାନର ବାନସ୍ୱରା, ସିରୋହି, ହନୁମାନଗଡ ଏବଂ ଡୌସା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।