
ନୂଆଦିଲ୍ଲୀ,୩୦/୦୯/୨୧ (ଜିଲ୍ଲା ଖବର) : ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଏବଂ ଅପଲୋଡ କରିବା ମାମଲାରେ ଗିରଫ ହୋଇଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି । ତାଙ୍କୁ ଜାମିନ ମିଳିବା ପରେ ବେଶ ଖୁସି ଅଛନ୍ତି ଶିଳ୍ପା ଶେଟ୍ଟୀ । ନିକଟରେ ତାଙ୍କର କିଛି ପୋଷ୍ଟ ମଧ୍ୟ ଭାଇରାଲ ହୋଇଛି । ତେବେ ନିକଟରେ ଶିଳ୍ପା ତାଙ୍କର ଏକ ନୂଆ ମୋବାଇଲ ଫୋନର ଭିଡିଓ ସେୟାର କରିଛନ୍ତି । ଏହାକୁ ଦେଖିବା ପରେ କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ,କିଛି ଲୋକ ତାଙ୍କର ଥଟ୍ଟା କରୁଛନ୍ତି ।
ସୂଚନା ଅନୁଯାୟୀ, ନୂଆ ମୋବାଇଲ ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, ‘ଆଇଫୋନ୍ ୧୩ ମୋତେ ବହୁତ ଇମ୍ପ୍ରେସ୍ କରିଛି। ଏହା ବାସ୍ତବରେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଉପରେ ଏକ ସିନେମାଟିକ୍ ଏକ୍ସପେରିଏନ୍ସ। ଭିଡିଓରେ ଶିଳ୍ପାଙ୍କ ହାତରେ ଆଇଫୋନ୍ ୧୩ ର ଏକ ବକ୍ସ ଅଛି, ଯାହାକୁ ସେ ଖୋଲୁଥିବାର ଦେଖାଯାଉଛି । ଜଣେ ୟୁଜର ଉପରେ କମେଣ୍ଟ ଦେଇ ଲେଖିଛନ୍ତି, ‘କ’ଣ ରାଜ କୁନ୍ଦ୍ରା ଦେଇଛନ୍ତି?’ ଏଥିସହିତ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ଜେଲରୁ ଆସିବା ପରେ ଏହା ରାଜ କୁନ୍ଦ୍ରାଙ୍କ ପ୍ରଥମ ଉପହାର’।


