
୩୦/୦୯/୨୧ (ଜିଲ୍ଲା ଖବର) : ଦୁଇ ଦୁଇ ଥର ବାତିଲ୍ ହେବା ପରେ ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ। ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ମତଦାନ । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ।
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକର ୩୪୮ ବୁମରେ ମତଦାନ ଚାଲିଛି । ଏଥିରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳ ୬.୩୦ ରୁ ସକାଳ ୧୦ ଟା ଯାଏଁ ପ୍ରଥମ ପର୍ଯ୍ୟାୟ, ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓ ଅପରାହ୍ନ ୧ଟାରୁ ଅପରାହ୍ନ ୪ ଟା ଯାଏଁ ତୃତୀୟ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୮.୯ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି।



