Thursday, November 12, 2026
Home ଜିଲ୍ଲା ଗଞ୍ଜାମ ବିପଦସଂକୁଳ ବାଲ୍ୟାବ୍ୟସ୍ତା – ସଚେତନତା କର୍ମଶାଳା

ବିପଦସଂକୁଳ ବାଲ୍ୟାବ୍ୟସ୍ତା – ସଚେତନତା କର୍ମଶାଳା

44

ଗଞ୍ଜାମ,୨୯/୯(ଜିଲ୍ଲା ଖବର):ସ୍ଥାନୀୟ ୱାଇ ଡବ୍ଲୁ ସିଏ ଅନ୍ତର୍ଜାତୀୟ ସଂଗଠନ ଓ ଦିଲ୍ଲୀ ସ୍ଥିତ ଏଫିକର ସମାଜସେବୀ ସଂଗଠନ ର ମିଳିତ ଆନୁକୂଲ୍ୟରେ ରାଧା ହୋଟେଲ ସମ୍ମିଳନୀ କକ୍ଷ ରେ ଆଜି ଦିନିକିଆ କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କର୍ମଶାଳା ର ଶୀର୍ଷକ ହେଉଛି Children at Risk” ସପ୍ରତି ସମାଜରେ ଛୋଟ ପିଲାମାନେ ବିଭିନ୍ନ ପ୍ରକାରେ ଶାରୀରିକ, ମାନସିକ, ସ୍ୱାସ୍ଥ୍ୟଗତ, ପରିବେଶ ଭିତିକ ପରିସ୍ଥିତି ର ସମ୍ମୁଖୀନ ହୋଇ ବିପଦସଂକୁଳ ଅବସ୍ଥାରେ ଜୀବନ କାଟନ୍ତି. ପରିବାର, ସମାଜ, ଗ୍ରାମାଞ୍ଚଳ, ବସ୍ତି ସହର ର ଗଳିକନ୍ଦି ରେ ନାନା ପ୍ରକାରେ ପିଲାମାନେ ଅସୁବିଧା ଓ ଆଶଙ୍କା ର ଶିକାର ହୋଇ ଅବହେଳିତ ଜୀବନ କାଟୁଛନ୍ତି. ଏପରି ପିଲାମାନଙ୍କୁ ଉତ୍ତମ ଭାବରେ ଯତ୍ନ ନେବା ପରାମର୍ଶ ଦେବା, ସାମୁହିକ ବିକାଶ ଦିଗରେ କିପରି ଚିନ୍ତା ଓ କାର୍ଯ୍ୟ କରିବା.. ଏସବୁ ଆଜି ର କର୍ମଶାଳା ର ମୁଖ୍ୟ ବିଷୟ ବସ୍ତୁ ଥିଲା l ଏଫିକର ର ଟ୍ରେନର ଏମ. ବର୍ଦ୍ଧନ ଅତି ଚମତ୍କାର ଭାବରେ ବିଭିନ୍ନ ଖେଳ ମାଧ୍ୟମରେ ସଚେତନଧର୍ମୀ ପ୍ରଶିକ୍ଷଣ ଦେଇଥିଲେ l
ଏହି ଅବସରରେ ସ୍ଥାନୀୟ ସାମାଜିକ ସଂଗଠନ ଗୁଡିକରୁ ଆସିଥିବା ବ୍ୟକ୍ତିବିଶେଷ ଙ୍କୁ ସାମାଜିକ କାଯ୍ୟ ନିମନ୍ତେ ସମ୍ଭାର୍ଦ୍ଧିତ କରାଗଲା l ସେମାନଙ୍କ ମଧ୍ୟରୁ ମହଂସଙ୍ଘ ଅଧ୍ୟକ୍ଷ ସୁଶାନ୍ତ ସାବତ, ଲୟନ୍ସ କ୍ଲୁବ ଅଧ୍ୟକ୍ଷା ଦେବୀପ୍ରଭା ରଥ, କେସିଟି ର ଆଧ୍ୟାଖ୍ୟା ରଞ୍ଜନା ମିଶ୍ର, ଇନରହୁଇଲ କ୍ଲୁବ ର ପ୍ରମୁଖ ସଦସ୍ୟା ବାଣୀ ସେନାପତି l ସାମାଜିକ କର୍ମୀ ମଧୁସୂଦନ, ସୁଜାତା ସାହୁ, YMCA ର ସଦସ୍ୟ ମାନେ ଐଶର୍ଯ୍ୟ ମହାନ୍ତି, ରଞ୍ଜନ ସିଂ, ପୂର୍ଣଚନ୍ଦ୍ର ପଟନାୟକ,ଇନର ହୁଇଲ ର ସଦସ୍ୟା ଓ ବିଭିନ୍ନ ଅନୁଷ୍ଠାନ ର ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ
କର୍ଯ୍ୟକ୍ରମ କୁ ସଂଗଠନ ର ଅଧ୍ୟକ୍ଷା ଲେନା ଚାନ୍ଦ କର୍ମଶାଳା ଶୀର୍ଷକ ସମ୍ୟକ ବକ୍ତବ୍ୟ ଏବଂ ଏହାର ଉପଯୋଗୀତା କିପରି ଆବଶ୍ୟକ କହିଥିଲେ ଏବଂ YWCA ର ବିଭିନ୍ନ ସମାଜ ଉନ୍ନତି ମୂଳକ କାର୍ଯ୍ୟକ୍ରମ ର ଭିଡିଓ ମାଧ୍ୟମରେ ଉପସ୍ଥାପନା କରିଥିଲେ ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଫାଳି ସିଂ ସ୍ୱାଗତ ସମ୍ଭାଷଣ ପ୍ରଦାନକରିଥିଲେ ବୋଡ଼ ସଦସ୍ୟା ରତ୍ନାମନି କଟନ ଧନ୍ୟବାଦ ଅର୍ପଣ କରିଥିଲେ l ସଂଗଠନ ର ଉପାଧ୍ୟକ୍ଷା ଟି. ଶାନ୍ତିନଲିନି କାଯ୍ୟକ୍ରମ ସଂଯୋଜନା ରେ ସହଯୋଗ କରିଥିଲେ ଲ ସଂଗଠନ ର ସଦସ୍ୟା ତଥା ଆଡ଼ଭୋକେଟ ଗୀତାଞ୍ଜଳି, ଏଲିଯାବେଥ ବେହେରା, ଅର୍ଚନା ନାୟକ, ସୁଲକ୍ଷଣା ସାହୁ,ଆଶା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ରିପୋର୍ଟ : କୁନା ମିଶ୍ର