Saturday, November 14, 2026
Home ଜିଲ୍ଲା ଗଞ୍ଜାମ ନିଯୁକ୍ତି ଦାବୀରେ ଯୁବ ସଂଘ ର ଜାତୀୟ ପରିଷଦ ବୈଠକ

ନିଯୁକ୍ତି ଦାବୀରେ ଯୁବ ସଂଘ ର ଜାତୀୟ ପରିଷଦ ବୈଠକ

32

ଗଞ୍ଜାମ, ୨୯/୯,(ଜିଲ୍ଲା ଖବର) ଆଜି ତମାମ ଦେଶରେ ଯୁବସମାଜ ହା ହା କାର କରୁଛି |କରୋନା ସମୟର ସମଗ୍ର ଦେଶର ଲକ୍ଷ ଲକ୍ଷ ଯୁବଜ କର୍ମ ନିଯୁକ୍ତି ହରିଇଛନ୍ତି | ଶ୍ରମ ସଂଶୋଧନ ଆଳରେ ଶ୍ରମ ନିର୍ଘଣ୍ଟ 08 ଘଣ୍ଟାରୁ ବୃଦ୍ଧି କରି ଏ ସରକାର ମାନବ ସମ୍ଭଳକୁ ଲୁଟର ରାସ୍ତା ଖୋଲିଦେଇଛନ୍ତି |ସମଗ୍ର ଦେଶରେ ଅଟୋମେସନ ନାମରେ କଳକାରଖାନାରେ କାର୍ଯ୍ୟ କରୁଥିବା ଯୁବକ ମାନଙ୍କୁ କାଯ୍ୟରୁ ଅନ୍ତର କରାଯାଇଛି |ଏଠି ରାଜ୍ୟ ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଯୁବକ ମାନଙ୍କୁ ନିଯୁକ୍ତିର ସ୍ବପ୍ନ ଦେଖା ଇ ଭୋଟ ସରିଗଲା ପରେ ଯୁବ ମାନଙ୍କ ଦେଶ କୁହାଯାଉଥିବା ଦେଶ ଭାରତ ବର୍ଷରେ ନିଜ ନିର୍ବାଚନ ପ୍ରତିଶୃତି କୁ ଭୁଲିଯାଉଛନ୍ତି ସରକାର |ଖୋଦ ସରକାର ନିଜ ଅଧୀନରେ ଖାଲି ପଡ଼ିଥିବା ସରକାର ପଦବୀ ଗୁଡିକରେ ନିଯୁକ୍ତି ନା ଧରୁନାହାନ୍ତି |ବେକାରୀ ର ବୃଦ୍ଧିରେ ଆଜି ଦେଶ ସର୍ବଯନୀନ ରେକର୍ଡ ଭାଙ୍ଗିଛି |ଅନ୍ୟ ପକ୍ଷରେ କଳାକୃଷି ଆଇନ ଆଣି କୃଷି ବ୍ୟବସ୍ଥା ଧ୍ବଂସ କରି କର୍ପୋରେଟର ପାଦତଳେ ସମର୍ପି ଦେବାର ରାସ୍ତା କରିଛନ୍ତି |ଆଜି ଦେଶର ସାଧାରଣ ନାଗରିକ ବର୍ଦ୍ଧିତ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ରନ୍ଧନ ଗ୍ୟାସ ଖାଇବାତେଲ ସମେତ ପେଟ୍ରୋଲ ଡିଜେଲର ଆହେତୁକ ମୂଲ୍ୟବୃଦ୍ଧି ର ଢାଳରେ ଛଟପଟ ହେଉଛନ୍ତି |ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁସିଡ଼ିଗଲାଣି | ଏହି ପରିପ୍ରେକ୍ଷୀରେ ଭାରତ ବର୍ଷର ସର୍ବ ବୃହତ ସର୍ବ ପ୍ରଥମ ଯୁବ ସଂଗଠନ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଏହାର ଜାତୀୟ ପରିଷଦ ବୈଠକ ଓଡିଶା ରେଶମସହର ବ୍ରହ୍ମପୁର ଠାରେ ସେପ୍ଟେମ୍ବର 30 ଓ ଅକ୍ଟବେର 01ଦୁଇ ଦିନ ଧରି ହୋଟେଲ ମୟୂରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି |ଏଥିରେ ଆଲୋଚକ ଭାବେ ଏ ଆଇଏସଅଫ ର ପ୍ରାକ୍ତନ ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା ସଂଗଠନ ର ସର୍ବଭାରତୀୟ ସଭାପତି ଅଫତାବ ଆଲାମ ଖାନ ସମ୍ପାଦକ ତିରୁମଲର କେରଳ ରାଜସ୍ବ ମନ୍ତ୍ରୀ କେ. ରାଜନ ସିପିଆଇ ନେତା ପ୍ରଶାନ୍ତ ପଟଯୋଶୀ ପ୍ରକାଶ ପାତ୍ର ପ୍ରମୁଖ ଯୋଗଦେବାର କାଯ୍ୟକ୍ରମ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ.ଆଇ.ୱା.ଏଫ ରାଜା ସଭାପତି ପ୍ରଦୀପ ସେଠୀ ରାଜ୍ୟ ସମ୍ପାଦକ ଅବକାଶ ସାହୁ ଜିଲ୍ଲା ସଭାପତି ସୁଶାନ୍ତ ସ୍ୱାଇଁ ସମ୍ପାଦକ କାମଦେବ ନାହାକ, ମନୋଜ ଗୌଡ଼, ଗୁରୁନାଥ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି |
ରିପୋର୍ଟ : କୁନା ମିଶ୍ର