Tuesday, November 17, 2026
Home ଆଞ୍ଚଳିକ ଦ୍ୱାଦଶତମ ବିଶ୍ୱ ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଗଞ୍ଜାମ ର ଚନ୍ଦନ ସାହୁ

ଦ୍ୱାଦଶତମ ବିଶ୍ୱ ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଗଞ୍ଜାମ ର ଚନ୍ଦନ ସାହୁ

33

୨୯/୯,(ଜିଲ୍ଲା ଖବର):ଆସନ୍ତା ଅକ୍ଟବେର 1ରୁ 7ପଯ୍ୟନ୍ତ ଉସବେକିସ୍ତାନ ର ତାସକେଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁର ଚନ୍ଦନ କୁମାର ସାହୁ 60 କି. ଗ୍ରା. ଓଜନ ବିଭାଗରେ ଭାରତରୁ ପ୍ରତିନିଧି ତ୍ୱ କରିବେ |ସେଥିପାଇଁ ଆଜି ଅର୍ଥାତ -29.09.2021 ତାରିଖ ସନ୍ଧ୍ୟାରେ ବିଶାଖା ଏକ୍ସପ୍ରେସ ଟ୍ରେନ (03.55)ଯୋଗେ ସେ ଭୁବନେଶ୍ୱର ଯିବେ ଏବଂ 30.09.2021 ତାରିଖ ସକଳ 7.00 ରେ ଭୁବନେଶ୍ୱର ବିମାନ ଯୋଗେ ଓଡିଶା ବଡି ବିଲଡିଂ ଆସୋସିଏସନ ସଭାପତି ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ସହ ନୂଆଦିଲ୍ଲୀ ଯାଇ ଜାତୀୟ ଦଳ ସହ ସାମିଲ ହୋଇ ସାରାଜା ଦେଇ ତାସକେଣ୍ଡ ଠାରେ ପହଁଚିବେ ବୋଲି ଅନ୍ତଜରତୀୟ ବିଚାରକ ଵି ବେଣୁ ଗୋପାଳ ରାଓ ଜଣାଇଛନ୍ତି |
ପ୍ରକାଶ ଆଉକି ଆଜକୁ ଦୀର୍ଘ 7 ମାସରୁ ଉର୍ଦ୍ଧ ସମୟ ଧରି ଜାତୀୟ ସ୍ଵର୍ଣପଦକ ବିଜେତା ସ. ରାଜେଶ ବାବୁ ଅଚାରୀଙ୍କ ଠରୁ ତାଲିମ ଗ୍ରହଣ କରୁଛନ୍ତି |ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଗଞ୍ଜାମ ଜିଲ୍ଲା ବଡି ଵିଲଡିଂ ଏସୋସିଏସନ ସଭାପତି ଶ୍ରୀ ନାରାୟଣ ସ୍ୱାଇଁ, ପ୍ରଦୀପ କୁମାର ଶତପଥୀ, ଜାତୀୟ ବିଚାରକ ଉମା ଚରଣ ଶତପଥୀ, କୋଷାଧକ୍ଷ ଶ୍ରୀନିବାସ ସାହୁ ଏସିଆନ ଜର୍ଜ ପୁର୍ଣ ଚନ୍ଦ୍ର ପଟନାୟକ, ଜଗନ୍ନାଥ ପ୍ରସାଦ ସାହୁ, ଶିବ ଶଙ୍କର ସାହୁ ଜିଲ୍ଲା ବଡି ବିଲଡିଂ ଏସୋସିଏସନ ସମ୍ପାଦକ ତଥା ଅନ୍ତଜରତୀୟ ବଡି ବିଲଡ଼ର ଏ ସ ରାଜେଶ ବାବୁ ଅଚାରୀ ରେଳ ଷ୍ଟେସନ ଠାରେ ଶ୍ରୀମାନ ଚନ୍ଦନ କୁମାର ସାହୁଙ୍କୁ ଆନ୍ତରିକତା ସହ ଶୁଭେଚ୍ଛା ପ୍ରଦାନ କରିଥିଲେ |
ରିପୋର୍ଟ : କୁନା ମିଶ୍ର