Home ଆଞ୍ଚଳିକ କର୍କଟ ରୋଗରେ ପୀଡିତା ମହିଳାଙ୍କ ଚିକିତ୍ସା ସାହାଯ୍ୟ ପାଇଁ ଆଗେଇ ଆସିଲା ସୁନ୍ଦରଗଡ଼ ବିଜେଡି

କର୍କଟ ରୋଗରେ ପୀଡିତା ମହିଳାଙ୍କ ଚିକିତ୍ସା ସାହାଯ୍ୟ ପାଇଁ ଆଗେଇ ଆସିଲା ସୁନ୍ଦରଗଡ଼ ବିଜେଡି

28

ସୁନ୍ଦରଗଡ଼, ୨୯-୦୯-୨୧(ଜ଼ିଲ୍ଲା ଖବର ):ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ କୁଚେଡେଗା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆପାଲି ଗ୍ରାମର ୫୫ ବର୍ଷୀୟ ଗରିବ ମହିଳା ଚନ୍ଦ୍ରକାନ୍ତି ନାଏକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇଛନ୍ତି। ଉକ୍ତ ମହିଳା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାକୁ ଯାଇ ଥିଲେ । କିନ୍ତୁ ସେଠାରେ ଦୁର୍ଭାଗ୍ୟ ବଶତଃ ଉକ୍ତ ଘରୋଇ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟ ନ ରହିବାରୁ ମହିଳାଜଣକ ଚିକିତ୍ସିତ ହୋଇ ନ ପାରି ତାଙ୍କ ଗାଁ କୁ ଫେରି ଆସି ଥିଲେ । ଉକ୍ତ ଖବର ପ୍ରକାଶିତ ହେବା ପରେ ଏ ବିଷୟରେ ଜାଣିପାରି ବିଜେଡିର ବରିଷ୍ଟ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ପଠେଇବାକୁ ସ୍ଥିର କରି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସିଡିଏମଓ ମହୋଦୟ ଚିଠି କରି ଥିଲେ ଏବଂ ଏହା ପରେ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଭର ପ୍ରତିଶୃତି ପାଇବାପରେ କାଲି ରାତି ୯ ଟା ସମୟରେ ଉକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା । ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ପାଇଁ ଭର୍ତ୍ତି ହୋଇ ସାରିଲେଣି । ମହିଳାଙ୍କୁ ଚିକିତ୍ସା ପାଇଁ ପଠେଇବା ସମୟରେ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଡାକ୍ତର ସାଗର ଦଳେଇ, ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ, କୌଶିକ ପଟେଲ, ପଙ୍କଜ ଶ୍ରେଷ୍ଠ, ବରୁନ ବାଗ ଏବଂ ଆଲୋକକୁମ୍ଭାର ଉପସ୍ଥିତ ଥିଲେ ।
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼