Sunday, October 11, 2026
Home ଅପରାଧ ACF ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ACF ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

12

୨୯/୦୯/୨୧ (ଜିଲ୍ଲା ଖବର) : ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା । ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ବିଦ୍ୟା ଭାରତୀ, DFO ଓ ରୋଷେୟାର ରିପୋର୍ଟ । ତଦନ୍ତକାରି ଟିମ ରିପୋର୍ଟ ଉପରେ କରୁଛନ୍ତି ତର୍ଜମା । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ଟ୍ରଷ୍ଟ ରିପୋର୍ଟକୁ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ରିପୋର୍ଟ ଆସିବା ପରେ ତର୍ଜମା କରା ଯାଉଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ADG । ରିପୋର୍ଟ ଆଧାରରେ ଖୁବଶୀଘ୍ର ଆଗକୁ ବଢିବ ତଦନ୍ତ ।

ସୂଚନାନୁସାରେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ୪ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୧୦୦ ପ୍ରଶ୍ନ ପଚରାଯାଇଥିଲା । ଡିଏଫଓଙ୍କୁ ୨ଘଣ୍ଟାରେ ପଚରାଯାଇଥିଲା ୧୦୦ ପ୍ରଶ୍ନ । ସେହିପରି ରୋଷେୟାଙ୍କୁ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ପୋଲିସର ଜେରା ପରେ କ୍ରାଇମବ୍ରାଞ୍ଚର ଜେରା ପରେ ଶେଷରେ ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ଘଟଣାକୁ ୨ ମାସରୁ ଅଧିକ ଦିନ ବିତିଗଲାଣି, କେବେ ମିଳିବ ନ୍ୟାୟ ତାକୁ ହିଁ ଅପେକ୍ଷା।