Sunday, November 15, 2026
Home ଆଞ୍ଚଳିକ ଗୋଟିଏ ଦିନରେ ରିଲିଜ୍ ହେବ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’

ଗୋଟିଏ ଦିନରେ ରିଲିଜ୍ ହେବ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’

13

ନୂଆଦିଲ୍ଲୀ ,୨୯/୦୯/୨୧ (ଜିଲ୍ଲା ଖବର) : ଅକ୍ଟୋବର ୨୨ ତାରିଖରେ ଖୋଲିବ ମହରାଷ୍ଟ୍ରର ସମସ୍ତ ସିନେମା ହଲ ଏବଂ  ଥିଏଟର । ମହାରାଷ୍ଟ୍ର ସରକାରଙ୍କ ଏହି ଘୋଷଣା ସହ, ଅନେକ ବଡ ବଜେଟର ଫିଲ୍ମ ରିଲିଜର ଡେଟ୍ ବି ଘୋଷଣା ହୋଇଛି ।

ଅଭିନେତା ଅକ୍ଷୟ କୁମାରଙ୍କ ‘ରକ୍ଷାବନ୍ଧନ’ ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ‘ ଆଦିପୁରୁଷ’ର ରିଲିଜ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ସବୁଠାରୁ ଖାସ କଥା ହେଉଛି, ଗୋଟିଏ ଦିନରେ ରିଲିଜ ହେବ ଏହି ଦୁଇଟି ଫିଲ୍ମ । ଏହି ଦୁଇଟି ଫିଲ୍ମ ୧୧ ଅଗଷ୍ଟ ୨୦୨୨ରେ ରିଲିଜ୍ ହେବ । ତେଣୁ ଏହି ଦୁଇ ଫିଲ୍ମ ଭିତରେ କଡା ଟକ୍କର ହେବ ବୋଲି କୁହାଯାଉଛି । ‘ଆଦିପୁରୁଷ’ ହିନ୍ଦୀ ବ୍ୟତୀତ ତାମିଲ ତେଲୁଗୁ, କନ୍ନଡ ଓ ମାଲୟାଲାମ ଭାଷାରେ ରିଲିଜ୍ ହେବ । ତେବେ ଦେଖିବାକୁ ବାକି ରହିଲା କେଉଁ ଫିଲ୍ମ କାହାକୁ ଟକ୍କର ଦେଉଛି ।