
ସୁନ୍ଦରଗଡ,୨୯/୦୯/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ଼ ଗୁରୁଣ୍ଡିଆ ଥାନା ସୋଲ ଗାଁରେ ଅମାନବୀୟ କାଣ୍ଡ । ୬ ବର୍ଷର ନାବାଳକକୁ ଆକ୍ରମଣ କରି ଫୋପାଡ଼ି ପଳାଇଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।
ସାଙ୍ଗଙ୍କ ସହ ଖେଳିବାକୁ ଯାଇ ଘରକୁ ନ ଫେରିବାରୁ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପୋଲିସ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଏକ ଧାନ ବିଲରୁ ଶିଶୁକୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।



