
୨୯/୦୯/୨୧ (ଜିଲ୍ଲା ଖବର) : ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ । ସୁସ୍ଥ ହୃଦୟ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳିିତ ହେଉଛି ବିଶ୍ୱ ହୃଦୟ ଦିବସ। ଧୁମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ବାୟୁ ପ୍ରଦୂଷଣ ଆଦି ହୃଦ୍ଜନିତ ରୋଗର କାରଣ। ସାରା ବିଶ୍ୱରେ ବର୍ଷକୁ ହାରାହାରି ୧ କୋଟି ୮୬ ଲକ୍ଷ ଜଣଙ୍କ ଜୀବନ ଯାଉଛି ହୃଦ ଘାତରେ।
ଗତ ୫ ବର୍ଷ ମଧ୍ୟରେ ହୃଦ୍ରୋଗ ଜନିତ ସମସ୍ୟା ବଢିଛି। ସେଥିରୁ ଅଧିକାଂଶ ୩୦ରୁ ୫୦ ବର୍ଷ ବୟସ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି। ବ୍ୟାୟାମ ନ କରିବା କିମ୍ବା ସଠିକ ସମୟରେ ଚିକିତ୍ସା ନ କଲେ ହୃଦ୍ ଜନିତ ସମସ୍ୟା ଗୁରୁତର ହୋଇପଡେ। ୩୫ ବର୍ଷରୁ ଅଧିକ ବୟସ୍କଙ୍କ ଖରାପ ଖାଦ୍ୟଭ୍ୟାସ ସହ ଅନେକ ଅଧିକ ଶାରୀରିକ ଭାବେ ସକ୍ରିୟ ନରହିବାରୁ ହୃଦ୍ ରୋଗ ଆଶଙ୍କା ବଢୁଛି। ନିଜ ହୃଦୟର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ।



