Friday, November 13, 2026
Home ଆଞ୍ଚଳିକ ପିପିଲି ଭୋଟ, ୩୦ରେ ଅଫିସ ଛୁଟି

ପିପିଲି ଭୋଟ, ୩୦ରେ ଅଫିସ ଛୁଟି

6

୨୯/୦୯/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ସରକାରୀ ଅଫିସ ଛୁଟି। ପିପିଲି ବିଧାନସଭା କ୍ଷେତ୍ରରେ ଥିବା ସମସ୍ତ ସରକାରୀ ଅଫିସ ଛୁଟି ଘୋଷଣା। ପିପିଲି-ଡେଲାଙ୍ଗ ଅଞ୍ଚଳରେ ଥିବା ସମସ୍ତ କୋର୍ଟ ବି ବନ୍ଦ ରହିବ। ଏନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଆଗାମୀ ୩୦ ତାରିଖରେ ପିପିଲିରେ ଭୋଟ ଗ୍ରହଣ ହେ। । ଏହାପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପିପିଲିର ମୋଟ୍ ୩୪୮ ବୁଥ୍ ରୁ ୨୦୧ ସମ୍ବେଦନଶୀଳ ରହିଛି । ଏହି ସବୁ ବୁଥରେ ମାଇକ୍ରୋ ଅବଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି ।

କୋଭିଡ ଗାଇଡ଼ ଲାଇନ ଅନୁସାରେ ୭୨ ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ସୋମବାର  ସନ୍ଧ୍ୟା ୬ ରୁ ଲାଗୁହୋଇଛି କଟକଣା । ବର୍ତ୍ତମାନ ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି । ସେଠୁ ସେମାନେ ବୁଥକୁ ବାହାରିବେ। କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ ।