Monday, November 16, 2026
Home ଆଞ୍ଚଳିକ କରୋନା ଚାପରେ କୁନି ଝିଅର ଚୁଟି ଉପୁଡି ଚନ୍ଦା ହେଇଗଲା

କରୋନା ଚାପରେ କୁନି ଝିଅର ଚୁଟି ଉପୁଡି ଚନ୍ଦା ହେଇଗଲା

9

୨୯/୦୯/୨୧ (ଜିଲ୍ଲା ଖବର) : ଲକଡାଉନରେ ଲଣ୍ଡା ହୋଇଗଲେ ଜଣେ ଆଠବର୍ଷର ସ୍କୁଲ ଝିଅ । କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ବ୍ରିଟେନର ବ୍ରିଷ୍ଟଲ ସହରର ଆମେଲିଆ ନାମକ ଏହି ସ୍କୁଲ ଝିଅ ଲକଡାଉନରେ ଚାପଗ୍ରସ୍ତ ହୋଇ ଚୁଟି ହରାଇଥିବା ଜଣାପଡିଛି। ଯାହାକୁ ନେଇ ଆମେଲିଆ ଓ ତାଙ୍କ ପୂରା ପରିବାର ଏବେ ଭାରି ଦୁଃଖରେ। ଝିଅଟି ଏବେ ବିନା ବ୍ୟାଣ୍ଡ କିମ୍ବା ବିନା ଟୋପିରେ ବାହାରକୁ ମଧ୍ୟ ବାହାରି ପାରୁ ନାହିଁ।  

ଆମେଲିଆଙ୍କ ମା’ ପ୍ରଥମେ ନୋଟିସ କରିଥିଲେ ଯେ, ତାଙ୍କ ଝିଅର ଲକଡାଉନର ଏକ ମାସ ଭିତରେ ଆଖିପତାଗୁଡିକ ଟାଣି ହୋଇ ବାହାରକୁ ଆସୁଛି। ଫଳରେ ସେ ଚୁଟି ଭିଡିବାକୁ ଚେଷ୍ଟା କରୁଛି। ଡାକ୍ତରଙ୍କୁ ପଚାରିବା ପରେ ଏହା  ଟ୍ରିଚୋଟିଲୋମାନିଆ ରୋଗ ବୋଲି ସେ ଜାଣିବାକୁ ପାଇଲେ। ଅତ୍ୟଧିକ ମାନସିକ ଚାପ ଯୋଗୁ ଏମିତି ହେଉଥିବା ସେ ଜାଣିଲେ। ଏହି ରୋଗ ପରେ ଝିଅଟି ନିଜ ଶରୀରରୁ ଚୁଟି ଓପାଡିବାକୁ ଲାଗିଲା। ଆଖି ପତା ପରେ ମୁଣ୍ଡର କେଶ ମଧ୍ୟ ହାତରେୋ ଭିଡିବାକୁ ଲାଗିଲା। ଆଉ ଆଜିର ପରିସ୍ଥିତି ଉପୁଜିଛି। ଛୋଟ ଝିଅଟି ପୂରା ଚନ୍ଦା ହୋଇ ଯାଇଛି।

ଡାକ୍ତରଙ୍କ କହିବା କଥା ଏହା କୋଭିଡ ଜନିତ ମାନସିକ ଚାପର ପ୍ରଭାବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେଲିଆଙ୍କ ମା’ କହିଛନ୍ତି ଯେ, ଆମେଲିଆ ତାଙ୍କ ମୁଣ୍ଡର ସବୁ କେଶକୁ ଟାଣି ବାହାର କରି ଦେଇଛନ୍ତି । ପୂର୍ବରୁ ତାଙ୍କର ଲମ୍ବା କେଶ ଥିବା ବେଳେ, ଏବେ ତାଙ୍କ ମୁଣ୍ଡରେ ଛୋଟ ଛୋଟ  ଅଳ୍ପ କିଛି କେଶ ଅଛି ।