
ନୂଆଦିଲ୍ଲୀ,୨୯/୦୯/୨୧ (ଜିଲ୍ଲା ଖବର) : କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ମଧ୍ୟ ପଞ୍ଜାବ କଂଗ୍ରେସର ସଙ୍କଟ ବଢିବାରେ ଲାଗିଛି। ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଏବଂ କିଛି ଘଣ୍ଟା ପରେ ମନ୍ତ୍ରୀ ରଜିଆ ସୁଲତାନା ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସିଦ୍ଧୁଙ୍କ ପରାମର୍ଶଦାତା ତଥା ରଜିଆ ସୁଲତାନାଙ୍କ ସ୍ୱାମୀ ପୂର୍ବତନ ଆଇପିଏସ୍ ମହମ୍ମଦ ମୁସ୍ତାଫା ଏହି ସୂଚନା ଟୁଇଟ୍ କରି କହିଛନ୍ତି । କଂଗ୍ରେସ ଏବଂ ନେତୃତ୍ୱର ସର୍ବତମସ୍ୱାର୍ଥ ପାଇଁ ତାଙ୍କ ପତ୍ନୀଙ୍କ ନୀତିଗତ ନିଷ୍ପତ୍ତି ଯୋଗୁଁ ସେ ଗର୍ବିତ ବୋଲି ସେ ଟ୍ୱିଟ କରିଛନ୍ତି।
ତେବେ ରଜିଆକ ବ୍ୟତିତ ପରଗତ ସିହଂ ମଧ୍ୟ ଇସ୍ତଫା ଦେଇଛନ୍ତି। ରେଜିଆ ଓ ପରଗତ ସିଂହ ହଠାତ୍ ଇସ୍ତଫା ଦେବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ଜରୁରୀ କାଳୀନ ମନ୍ତ୍ରୀ ପରିଷଦ ବୈଠକ ବସିଛି। ଆଗାମୀ ରଣନୀତି ସମ୍ପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ୨ ନେତା ସିଦ୍ଧୁଙ୍କୁ ସମର୍ଥନ ଜଣାଇ ମନ୍ତ୍ରୀ ପଦ ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।


