
ପୁରୀ,୨୯/୦୯/୨୧ (ଜିଲ୍ଲା ଖବର) : ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବାର ପରମ୍ପରା ରହିଛି। ରାଜଗୁରୁ ପୁରୋହିତ ମାନଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ, ଗୁଆ, ନଡିଆ ପ୍ରଦାନ କରିବେ।
ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିବେ। ମାଆ ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା,ଚଣ୍ଡୀପାଠ,ମନ୍ତ୍ରଯାପକ, ଶହସ୍ରନାମ ପାଠକଙ୍କୁ ବରଣ କରାଯିବ। ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକଙ୍କୁ ମଧ୍ୟ ବରଣ କରାଯିବ।



