Home ଅପରାଧ ସେନାକୁ ବଡ଼ ସଫଳତା; ଗୁଳିରେ ଟଳିଲା ଆତଙ୍କବାଦୀ, ଜଣେ ଗିରଫ

ସେନାକୁ ବଡ଼ ସଫଳତା; ଗୁଳିରେ ଟଳିଲା ଆତଙ୍କବାଦୀ, ଜଣେ ଗିରଫ

6

 ୨୯/୦୯/୨୧ (ଜିଲ୍ଲା ଖବର) : ଜାମ୍ମୁକାଶ୍ମୀରର ଏଲଓସି ନିକଟରେ ଥିବା ଉରି ସେକ୍ଟରରେ ପାକିସ୍ତାନ ଆତଙ୍କବାଦୀଙ୍କ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଗୁଳି ବିନିମୟ ଘଟିଥିଲା।

ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ଘଟିବା ସହିତ ଜଣକୁ ଜୀବନ୍ତ ଧରିଛନ୍ତି ଭାରତୀୟ ସେନାର ଯବାନ। ଏହି ଏନକାଉଣ୍ଟରରେ ୩ ଜଣ ଭାରତୀୟ ଯବାନ୍ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି ।

 ସୋମବାର ରାତିରେ ଏହି ଏନକାଉଣ୍ଟର ଘଟିଛି।  ଗତ ଶନିବାରଠାରୁ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ ପାକିସ୍ତାନୀ ଆତଙ୍କବାଦୀ। ସେଥିପାଇଁ ସଜାଗ ଥିଲେ ଭାରତୀୟ ସୁରକ୍ଷା ଏଜେନ୍ସି।  ସେନା ତରଫରୁ ବାରମୁଳା ଜିଲ୍ଲାର ଉରି ସେକ୍ଟରରେ ଏକ କାଉଣ୍ଟର ଅପରେସନ୍ ଆରମ୍ଭ କରା ଯାଇଥିଲା।

କୁମ୍ବିଂ ଅପରେସନ୍ ବେଳେ ଗୁଳି ବିନିମୟ ଘଟିଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଏହା ଉରି ସେକ୍ଟରରେ ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ବାରା ତୃତୀୟ ଅନୁପ୍ରବେଶ ଉଦ୍ୟମ। ଏବେ ବି ସେଠାରେ କୁମ୍ବିଂ ଅପରେସନ୍ ଜାରି ରହିଥିବାର ଜଣାପଡ଼ିଛି । ଅନେକ ମାରଣାସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ ହୋଇଛି ।