
ଯାଜପୁର, ୨୯/୦୯/୨୧ (ଜିଲ୍ଲା ଖବର) : ଯାଜପୁର ପାଣିକୋଇଲି ଥାନା ସଠିପୁର ନିକଟରେ ଥିବା ସୋନାଲିକା ଟ୍ରାକ୍ଟର ସୋରୁମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବସ ସହିତ ବାଇକ ଧକ୍କା ହେବା ଫଳରେ ମାଆ ପୁଅ ଗୁରୁତର ହୋଇଛନ୍ତି। ଚଢ଼େଇଧରା ଗାଁ ନିକଟସ୍ଥ ବରଡ଼ା ଗାଁର ଜୈନିକ ମାଆ ଓ ପୁଅ ସଠିପୁର ପଟୁ ଘରକୁ ଯାଉଥିବା ବେଳେ ସୋନାଲିକା ଟ୍ରାକ୍ଟର ସୋରୁମ ନିକଟରେ ତାଙ୍କ ବାଇକକୁ ଏକ ବସ ଧକ୍କା ଦେଇଥିଲା। ଫଳରେ ବାଇକ ଚଳାଉଥିବା ପୁଅ ଗୁରୁତର ଆହତ ହେଇଥିବା ବେଳେ ମାଆ ସାମାନ୍ୟ ଆହତ ହେଇଥିବା ଜଣାପଡିଛି।
ବସ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଘଟଣା ସ୍ଥଳରେ ପହଞ୍ଚିବା ସହିତ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ପୁଅ ଓ ମାଆକୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହିତ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।



