
ଖୋର୍ଦ୍ଧା, ୨୯/୦୯/୨୧ (ଜିଲ୍ଲା ଖବର) : କିଛି ଦିନର ନୀରବତା ପରେ ପୁଣି ମାନବବାଦ ସଂଗଠନର କର୍ମକର୍ତ୍ତାଙ୍କ ଗୁଣ୍ଡାଗିରି ସମ୍ନାକୁ ଆସିଛି । ସୂଚନା ଅନୁସାରେ, ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମରେ ମାନବବାଦ ସଂଗଠନର ସମର୍ଥନ କୁହାଯାଉଥିବା ତିନିଜଣ ଯୁବକ ଅଭିମାନପୁର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଧରି ଧମକ ଚମକ ଦେଉଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ପଳାଇଯିବାରେ ସମର୍ଥ ହୋଇଛି।
ଫଳରେ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖି ବେଗୁନିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି । ସେପଟେ ଥାନାକୁ ଆଣି ପଚରାଉଚରା କରୁଥିବା ଯୁବକ ଦୁଇଜଣଙ୍କ ଠାରୁ କୌଣସି ମାରଣାସ୍ତ୍ର ଜବତ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।



