Wednesday, October 14, 2026
Home ଆଞ୍ଚଳିକ ଆଜିଠୁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

ଆଜିଠୁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

43

ସମ୍ୱଲପୁର,୨୯/୦୯/୨୧ (ଜିଲ୍ଲା ଖବର) : ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେବ  ଷୋଡଶ ଉପଚାର ପୂଜା । ଷୋଡଶ ଦ୍ୱୀପ ପ୍ରଜ୍ଜ୍ୱଳନ ସହ ପୁଅଜୀଉନ୍ତିଆ ଓଷା ମଧ୍ୟ  ଅନୁଷ୍ଠିତ ହେଉଛି । ଆସନ୍ତା ମାସ ୬ ତାରିଖରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ନବରାତ୍ର ପୂଜା ଆରମ୍ଭ  ସହ ମନ୍ଦିର ଭିତରେ ନବରାତ୍ର  ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ ।

୧୧ ତାରିଖରେ ପୀଠରେ ସପ୍ତମୀ  ପୂଜା ଆରମ୍ଭ ହେବ । ୧୩ ତାରିଖରେ ମହାଷ୍ଟମୀ ଓ ଭାଇଜିଉନ୍ତିଆ ପୂଜା କରାଯିବ । ପନ୍ଦର ତାରିଖରେ ସମଲେଶ୍ୱରୀଙ୍କ ରଣଜିତା ଉତ୍ସବ ପାଳନ ସହ ଦଶହରା ପର୍ବ ଅନୁଷ୍ଠିତ ହେବ । ୨୦ ତାରିଖ କୁମାରପୂର୍ଣ୍ଣିମାରେ ମାଁଙ୍କର ରାଜରାଜେଶ୍ୱରୀ ବେଶ ସହ ନୂତନ ଧ୍ୱଜା ଆରୋହଣ  କରାଯିବ ବୋଲି ସମଲେଶ୍ୱରୀ ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।