
ନବରଙ୍ଗପୁର, ୨୯/୦୯/୨୧ (ଜିଲ୍ଲା ଖବର) : ନବରଙ୍ଗପୁର ସଦର ପୋଲିସ ଦ୍ୱାରା ୪ ଜଣ ଏଟିଏମ ଲୁଟେରାଙ୍କୁ ଅଟକ ରଖାଯାଇଛି । ନବରଙ୍ଗପୁର ଏସପିଙ୍କ ଦ୍ଵାରା ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ନବରଙ୍ଗପୁର ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଥିବା ଏଟିଏମରୁ ବିଭିନ୍ନ ବ୍ୟାଙ୍କର ବହୁ ପରିମାଣର ଏଟିଏମ କାର୍ଡ ନେଇ ଟଙ୍କା ଉଠାଣ କରୁଥିବା ବେଳେ ଖବର ପାଇ ଏଟିଏମରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲେ ।
ଅଭିଯୁକ୍ତ ୪ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ତାଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ପ୍ରାୟ ୨୦ ଟି ଏଟିଏମ କାର୍ଡ ସହ ୫ଟି ମୋବାଇଲ , ମନିପର୍ଶ ସହ ଟଙ୍କା ଏବଂ ଉତ୍ତରପ୍ରଦେଶ ନମ୍ବର ବିଶିଷ୍ଟ ଗୋଟିଏ କାର ଜବତ ହୋଇଛି । ଅଭିଯୁକ୍ତ ମାନଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରୀ ରଖିଛି । ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।



