
ଜଟଣୀ,୨୯/୯,(ଜିଲ୍ଲା ଖବର):ଶନିବାର ପୂର୍ବାହ୍ନରେ ଜଟଣୀ ଥାନା ଅନ୍ତର୍ଗତ ଲୋକୋକଲୋନୀ ଅଞ୍ଚଳରେ କୁଦିଆରୀ ଗ୍ରାମର ସୌମ୍ୟ ରଂଜନ ବେହେରା ଗାଡି ନଂ (ଓଡି୩୩ଏଚ୍ ୮୮୮୩) ବିଶିଷ୍ଟ ହୁଣ୍ଡା ୟୁନିକର୍ଣ୍ଣ । ବାଇକଟିକୁ ରଖିଥିବା ବେଳେ ନିରଜଂନଙ୍କ ଅନୁପସ୍ଥିତର ସୁଯୋଗ ନେଇ ଜଣେ ଯୁବକ ଗାଡିଟିକୁ ନେଇ ଚମ୍ପଟ ମାରିବାକୁ ଯୋଜନା କରିଥିଲା । ସେଠାରେ ଉପସ୍ଥିତ ସ୍ଥାନୀୟଲୋକଙ୍କ ହାବୁଡ଼ରେ ପଡ଼ି ଲୁଟେରାକୁ କାବୁକରି ପୁଲିସ ଜିମାରେ ଦେଇଥିଲେ ଏନେଇ ପୁଲିସ ଅଭିଯୁକ୍ତଠାରୁ ବାଇକଟି ଜବତ କରିଥିଲା । ପିଟୁ ଓରଫ ଜଗା କାଳିଆ ନାୟକକୁ ଗିରଫ କରି ପୁଲିସ କେଶ ନଂ ୪୯୪/୨୧ରେ ମାମଲା ରୁଜୁକରି ଅଭିଯୁକ୍ତକୁ ମଙ୍ଗଳବାର ଜଟଣୀ ଥାନା ପୁଲିସ କୋର୍ଟ ଚାଲାଣ କରିଛି ଜଟଣୀ ଥାନା ଆଇଆଇସି ବିଶ୍ଵରଜଂନ ସାହୁ କହିଛନ୍ତି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



