
ବିଷମକଟକ ,୨୮-୯-(ଜିଲ୍ଲା ଖବର): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଡଙ୍ଗରିଆ କନ୍ଧ ଉନ୍ନୟନ ସସ୍ଥା ଚାଟିକଣା ଅଧିନସ୍ଥ ଓପିଲିପି କାର୍ଯ୍ୟକ୍ରମରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସାଧନା କାର୍ଯ୍ୟର ସଫଳ ରୂପାୟନ ପାଇଁ ୫ ଜଣଙ୍କୁ ଗ୍ରାମ ପଚାୟତ ପୁଷ୍ଟି ସହାୟକ ଭାବେ ନିଯୁକ୍ତି ମିଳିଛି। ଉପଯୁକ୍ତ ୫ ଜଣ ମଧ୍ୟରୁ ୪ ଜଣ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସପ୍ରଦାୟର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଯଥା ସୁପ୍ରିମ ଜାକେସିକା,ରାଜୁ ୱାଡ଼କା,ଉମାଶଙ୍କର କାଡ୍ରାକା ଓ ବନ୍ଦନା ୱାଡ଼କା। ଡଙ୍ଗରିଆ କନ୍ଧ ଉନ୍ନୟନ ସସ୍ଥା ,ଚାଟିକଣା ଅଧିନସ୍ଥ ୫ଟି ଗ୍ରାମ ପଚାୟତର କୁରୁଲୀ, ଚାଚରାଗୁଡା, ଡାଲିଆକୁଜି,ମୁନିଖୋଲ ଓ ଶିବପଦରରେ ଯୋଗାଣ ସହାୟକ ଭାବେ କାର୍ଯ୍ୟ କରିବେ ଓ ମାସିକ ବେତନ ଓ ଗ୍ରସ୍ତ ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।ଏହି ଅବସରରେ ନିଯୁକ୍ତି ପାଇଥିବା ଡଙ୍ଗରିଆ ଯୁବକ ,ଯୁବତୀ ଖୁସି ପ୍ରକଟ କରିଛନ୍ତି। ଡଙ୍ଗରିଆ କନ୍ଧ ଉନ୍ନୟନ ସସ୍ଥାର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ଚୈତନ୍ୟ ମାଝୀ ମନୋନୀତ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଚାଟିକଣା ଡିକେଡିଏ ସସ୍ଥା ର ପ୍ରକଳ୍ପ ପରିଚାଳକ ଶୀ ସୁଦର୍ଶନ ପାଢ଼ୀ। ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ , କୃଷି ଅଧିକାରୀ ଦେବଜୋତି ଜେନା , ସାମାଜିକ ପ୍ରବର୍ତ୍ତକ ସତ୍ୟ ମୋହନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ପ୍ରସନ୍ନ କୁମାର ପଣ୍ଡା



