Tuesday, November 17, 2026
Home ଆଞ୍ଚଳିକ ବିଶ୍ୱ ଜଳାନ୍ତକ ଦିବସ ଉପଲକ୍ଷେ କମ୍ୟୁନିଟି ମେଡ଼ିସିନ ଡିପାର୍ଟମେଣ୍ଟ, ଏମ. କେ. ସି. ଜି. ମେଡିକାଲ...

ବିଶ୍ୱ ଜଳାନ୍ତକ ଦିବସ ଉପଲକ୍ଷେ କମ୍ୟୁନିଟି ମେଡ଼ିସିନ ଡିପାର୍ଟମେଣ୍ଟ, ଏମ. କେ. ସି. ଜି. ମେଡିକାଲ କଲେଜ ସୌଜନ୍ୟ ରୁ ଗୋଟିଏ ଜନ ସଚେତନତା ରାଲି ଅନୁଷ୍ଟିତ ହୋଇଥିଲା

42

ବ୍ରହ୍ମପୁର,୨୮/୯(ଜିଲ୍ଲା ଖବର):ଏହି ଅବସର ରେ ପ୍ରଫେସର ଡାଃ. ଦୁର୍ଗା ମାଧବ ଶତପଥି , କୁକୁର କାମୁଡ଼ା ଦ୍ୱାରା ହୋଇଥିବା କ୍ଷତ ରେ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ବିଷୟରେ ଗୁରୁତ୍ଵାରୋପ କରିଥିଲେ ଏବଂ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସାହାଯ୍ୟ ନେବାକୁ ଉପଦେଶ ଦେଇଥିଲେ , ଯେଉଁ ଠାରେ କି ସରକାରଙ୍କ ତରଫ ରୁ ସମସ୍ତ ଟୀକା ଏବଂ ଔଷଧ ମାଗଣା ରେ ଉପଲବ୍ଧ |
ଆସିଷ୍ଟାଣ୍ଟ ପ୍ରଫେସର ଡାଃ. ସଂଗୀତା ଦାସ ଗୃହପାଳିତ ପଶୁ ମାନଙ୍କ ଠାରେ ଜଳାନ୍ତକ ରୋଗ ର ନିୟନ୍ତ୍ରଣ, ଟୀକାକରଣ ଏବଂ ବୁଲା କୁକୁର ମାନଙ୍କର ପ୍ରଜନନ ନିୟନ୍ତ୍ରଣ ଉପରେ ଗୁରୁତ୍ଵାରୋପ କରିଥିଲେ |
2030 ମସିହା ସୁଦ୍ଧା ସମଗ୍ର ଭାରତ ବର୍ଷ ରୁ କୁକୁର କାମୁଡ଼ା ଦ୍ୱାରା ବ୍ୟାପୁଥିବା ଜଳାନ୍ତକ ରୋଗ କୁ ସମାପ୍ତ କରିବା ହେଉଛି ଏହି ଦିବସ ର ପ୍ରାଥମିକ ଲକ୍ଷ |
ଅନ୍ୟ ମାନଙ୍କ ଭିତରେ ଡାଃ. ନିବେଦିତା କର୍ମୀ , ଡାଃ.ଲୋମପାଦ ନାୟକ, ଡାଃ. ଡି. ଶୋଭାମାଳିନୀ, ଡାଃ. ମୁକ୍ତିକାନ୍ତ ସିଂହ, ଡାଃ. ସିଥୁନ ପାତ୍ର, ଡାଃ. ମୋନାଲି କର, ଡାଃ. ବିଶ୍ୱକଲ୍ୟାଣ ମିଶ୍ର, ଡାଃ. ମାଧବ ନାୟକ, ଡାଃ. ଦେବାଶିଷ ସେଠି ଏବଂ ସମସ୍ତ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ଏହି ରାଲି ରେ ଅଂଶ ଗ୍ରହଣ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲା | ସେହିପରି ବ୍ରହ୍ମପୁର ସହରର ଏକ ମାତ୍ର ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଇଛି ଜଳାନ୍ତକ ରୋଗ ଉଭୟ ପ୍ରାଣୀ ଓ ମନୁଷ୍ୟ କୁ ଆକ୍ରାନ୍ତ କରିଥାଏ ଏହା ଏକ ଜୁ୍ନୋତିକ ରୋଗ ଆମ ଦେଶର 95 ଭାଗ ଜଳାନ୍ତକ ରୋଗ କେବଳ କୁକୁର କାମୁଡ଼ିବ ଦ୍ଵାରା ହୋଇଥାଏ 2030ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳାପୋଛ କରିବା ଏହି ଦିବସର ମୂଳ ଲକ୍ଷ ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ଅତିଥି ଭାବେ ଜୁଗୁମ ନିଦେଶକ dr ଦେବରାଜ ବେହେରା ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ dr ରବିନାରାୟଣ ପଣ୍ଡା, dr ଅରବିନ୍ଦ ବେହେରା, dr ଅସିତ କୁମାର ଶତପଥୀ, dr କିରଣ କୁମାର ବିଶୋଇ, dr ମନୋଜ ଷଢଙ୍ଗୀ, dr ସ୍ୱମିକ ସ୍ୱାଇଁ,,ଜୋଛନାରାନୀ ନାୟକ ଉପସ୍ଥିତ ଥିଲେ।
ରିପୋର୍ଟ : କୁନା ମିଶ୍ର