
ରାୟଗୁଡା,୨୮/୯(ଜିଲ୍ଲା ଖବର):ରାଜ୍ୟ ସରକାର ମା ଏବଂ ଗର୍ଭବତୀ ତଥା ଶିଶୁ ଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା କହୁ ଥିବା ବେଳେ ଏ ସମସ୍ତ ଯୋଜନା କେବଳ କାଗଜ କଲମ ରେ ସୀମିତ ତାହା ରାୟଗଡା ଜିଲ୍ଲା ରେ ଘଟୁ ଥିବା ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଏବଂ ନଦୀ ପାର ହୋଉ ବୁହା ହେଉ ଥିବା ଘଟଣା ରୁ ସ୍ପର୍ଷ୍ଟ ଭାବେ ଜଣାପଡୁଛି
ପୁଣି ଆସିଛି ଜନନୀ ଯନ୍ତ୍ରଣା। ଆଜିବି ରାୟଗଡାଜିଲ୍ଲା ରେ ଅନେକ ଗ୍ରାମ କୁ ରାସ୍ତା ହୋଇପାରିନି। ରାୟଗଡାଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ଜିଲ୍ଲାରେ ଏକ ଅବହେଳିତ କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୁର ପଞ୍ଚାୟତ ମହାପଙ୍ଗା ଗ୍ରାମର ଜଣେ ପ୍ରସୁତି ସଲମି ଜାଗରଙ୍ଗା ପ୍ରସବ ବେଦନ ହେତୁ ୧୦୮ କୁ ଯୋଗାଯୋଗ ତାଙ୍କ ପରିବାର କରିଥିଲେ କିନ୍ତୁ ଗ୍ରାମ ରେ ରାସ୍ତା ଠିକ୍ ନଥିବାରୁ ଗ୍ରାମ ମଧ୍ୟକୁ ଏମ୍ବୁଲାନ୍ସ୍ ଆସିପାରିନଥିଲା। ଯାହାଦ୍ବାରା ସଲମି ଅଧାରାସ୍ତାରେ ପ୍ରସବ କରିଥିଲେ । ଅଧାରାସ୍ତାରେ ପ୍ରସବ ହୋଇ ଗୋଟିଏ ପୁତ୍ର ସନ୍ତାନ ଜନ୍ମଦେଇଥିଲେ। ସେଠାର ପ୍ରସୁତି ମହିଳା ଜଣକ ଏମ୍ବୁଲାନ୍ସ୍ ପାଖକୁ ଯାଇନପାରି ଘରକୁ ଫେରିଥିଲେ।ପ୍ରସୁତି ମହିଳା ସଲମି କୁ ଗ୍ରାମବାସି ମାନେ ଖଟିଆ କରି ବୋହିଆଣୁଥିବା ଭିଡିଓ ରେ ଦେଖିବାକୁ ମିଳିଛି। ଜଣେ ଗ୍ରାମ ର ଶିକ୍ଷିତ ଯୁବକ ଏହି ଭିଡିଓ ଉତୋଳନ କରି ଆମ ପାଖକୁ ପଠାଇଥିଲେ। ଗ୍ରାମ ରେ ରାସ୍ତା ଠିକ୍ ନାହିଁ ଏପରିକି ପ୍ରବାହିତ ନାଳ ଉପରେ ଛୋଟ ବ୍ରିଜ୍ ନଥିବାରୁ ଗ୍ରାମ କୁ ଗାଡି ଆସିପାରୁନଥିବା କହୁଛନ୍ତି ତେଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗ ରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।



